ମୁମ୍ବାଇ: ବଲିଉଡ ସେହନ୍ସା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ କୋରୋନାଭାଇରସ ସହ ଜଡିତ ଏକ ଟୁଇଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ,ହୋମିଓପାଥି କୋରୋନା ଭାଇରସର ଚିକିତ୍ସା କରିପାରିବ। ଏହି ଟୁଇଟକୁ ନେଇ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ।
ତେବେ ଏହା ପ୍ରଥମ ଥର ନୁହେଁ ଯେ, ଅଭିନେତା କୋରୋନା ପୋଷ୍ଟ ପାଇଁ ଟ୍ରୋଲ ହୋଇଛନ୍ତି । ଏହାପୂର୍ବରୁ ସେ ଦୁଇଥର ଭୁଲ ସୂଚନା ଟୁଇଟ କରିଥିଲେ ଏବଂ ସେ ଟ୍ରୋଲ ହେବା ପରେ ତାଙ୍କୁ ପୋଷ୍ଟ ଡିଲିଟ କରିବାକୁ ପଡିଥିଲା ।
କୋରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି । ଡାକ୍ତର, ବୈଜ୍ଞାନିକ ଏବଂ ବିଶେଷଜ୍ଞମାନେ ଏହାର ମେଡିସିନ ଏବଂ ଟିକା ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ନିକଟରେ ଅମିତାଭ ବଚ୍ଚନ ହୋମିଓପାଥିରେ କୋରୋନା ଭାଇରସର ଚିକିତ୍ସା ହୋଇପାରିବ ବୋଲି ଲେଖିଛନ୍ତି । ଏନେଇ ଚିକିତ୍ସା କ୍ଷେତ୍ରରେ ଭାରତ ଆଗରେ ରହିବ ବୋଲି ସେ ଆଶା କରିଛନ୍ତି ।
ମାର୍ଚ୍ଚ 25ରେ ଅଭିନେତା ଅମିତାଭ ବଚ୍ଚନ ଅନ୍ୟ ଏକ ଟ୍ୱିଟରେ ସେ କହିଥିଲେ ଯେ, ମାଛି ମାନଙ୍କ ଦ୍ବାରା କୋରୋନାଭାଇରସ ବିସ୍ତାର ହେଉଛି । ଏହା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଭାଗ ଏହାକୁ ଭୂଲ ସୂଚନା ବୋଲି ପ୍ରମାଣ କରିଥିଲେ । ଏହାପରେ ଅଭିନେତାଙ୍କୁ ତାଙ୍କ ଟ୍ୱିଟ ଡିଲିଟ କରିବାକୁ ପଡିଥିଲା । କୋରୋନା ସହାୟତା କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନଙ୍କ ନାମ ଅନ୍ତର୍ଭୂକ୍ତ ନଥିବାବେଳେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ