ମୁମ୍ବାଇ: ବଲିଉଡ ଅଭିନେତା ଅମିତାଭ ବଚ୍ଚନ ତାଙ୍କର ଦୃଷ୍ଟିଶକ୍ତି ଅବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ବିଗ ବି ଭୟ କରୁଛନ୍ତି ଯେ ସେ ଅନ୍ଧ ହୋଇଯାଇପାରନ୍ତି ।
କିଛି ଦିନ ହେବ ବିଗ ବିଙ୍କ ଚକ୍ଷୁରେ ସମସ୍ୟା ଦେଖାଯାଉଥିଲା । ତାଙ୍କୁ ସବୁକିଛି ଅସ୍ପଷ୍ଟ ଦେଖାଯାଉଥିଲା । ଏହି ସମୟରେ ବିଗ ବି ତାଙ୍କ ଚକ୍ଷୁର ସମସ୍ୟାକୁ ଦୂର କରିବା ପାଇଁ ବହୁ ଡାକ୍ତରଙ୍କ ପରାମର୍ଶ ନେଇଥିଲେ ବୋଲି ତାଙ୍କ ବ୍ଲଗରେ ପ୍ରକାଶ କରିଥିଲେ ।
ବିଗ ବି କହିଥିଲେ ଯେ, ଛୋଟବେଳେ ଯେତେବେଳେ ତାଙ୍କ ଚକ୍ଷୁରେ ଆଘାତ ଲାଗିଥାଏ ତେବେ ତାଙ୍କ ମା କିପରି ତାଙ୍କୁ ଆରୋଗ୍ୟ କରୁଥିଲେ ତାହାକୁ ମନେପକାଇଛନ୍ତି । ସେ କହିଥିଲେ ଯେ ସେତେବେଳେ ମା ତାର ଶାଢୀର ପଲୁକୁ ନେଇ ଏକ ଗୋଲାକାର ବଲ ତିଆରି କରି ଏହାକୁ ଗରମ ପାଣିରେ ଉଷୁମ ଚକ୍ଷୁ ଉପରେ ରଖିବା ଦ୍ବାରା ଚକ୍ଷୁ ସମସ୍ୟା ଦୂର ହେଇଯାଉଥିଲା । ତେଣୁ ମୁଁ ମୋ ମାଙ୍କ ପ୍ରଦ୍ଧତିକୁ ଅନୁସରଣ କରିବା ଦ୍ବାରା ମୋର ଚକ୍ଷୁ ସମସ୍ୟା ଦୂର ହୋଇଛି ।
ପରେ ବିଗ ବି କହୁଛନ୍ତି ଯେ, ତାଙ୍କ ମା’ଙ୍କ ଘରୋଇ ଉପଚାର ଅନୁସରଣ କରିବା ପରେ ତାଙ୍କ ଆଖିରେ ଚମତ୍କାର କାମ କରିଛି । ବିଗ ବି ପ୍ରକାଶ କରିଛନ୍ତି ଯେ : ହଁ, ମାତାଙ୍କର ସେହି ପୁରୁଣା ଟେକନୋଲୋଜି କାମ କଲା । ମୁଁ ବର୍ତ୍ତମାନ ଦେଖିପାରୁଛି ।