ETV Bharat / sitara

ବିଗ ବିଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ଆଓ୍ବାର୍ଡ

author img

By

Published : Sep 24, 2019, 8:44 PM IST

Updated : Sep 24, 2019, 8:55 PM IST

ଅମିତାଭଙ୍କ ନାମରେ ଆଉ ଏକ ଉପାଧି । ଖୁବଶୀଘ୍ର ତାଙ୍କୁ ଭାରତର ବଡ ଫିଲ୍ମ ପୁରସ୍କାର ‘ଦାଦା ସାହେବ ଫାଲକେ’ ମିଳିବାକୁ ଯାଉଛି । ଏହାର ସୂଚନା ସୋସିଆଲ ମିଡିଆରେ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ବର୍ତ୍ତମାନ ଅନେକ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ସେ ପ୍ରଥମଥର ଆୟୁଷ୍ମାନ ଖୁରାନାଙ୍କ ସହ ଫିଲ୍ମ ‘ଗୁଲାବୋ ସିତାବୋ’ରେ ନଜର ଆସିବେ । ଇତିମଧ୍ୟରେ ଅମିତାଭଙ୍କୁ ନେଇ ଏକ ଗୁଡନ୍ୟୁଜ୍ ଶୁଣିବାକୁ ମିଳୁଛି ।

ଆଜ୍ଞ ହଁ, କଥାଟି ହେଲା କି ବିଗ ବି ଅମିତାଭଙ୍କୁ ଭାରତର ବଡ ଫିଲ୍ମ ପୁରସ୍କାର ‘ଦାଦା ସାହେବ ଫାଲକେ’ ଆୱାର୍ଡ ମିଳିବାକୁ ଯାଉଛି । ଏହି ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବା ପାଇଁ ତାଙ୍କ ନାମ ଚୟନ କରାଯାଇଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ପ୍ରକାଶ ଜାଭେଦକର

ଏହି ଅବସରରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଅମିତାଭଙ୍କ ଏକ ଫଟୋ ସେୟାର କରି ଏହି ଘୋଷଣା କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ‘ଲେଜେଣ୍ଡ ଅମିତାଭ ବଚ୍ଚନ ଯିଏ ନିଜ ଅଭିନୟ ଜରିଆରେ ଦୁଇ ଦଶନ୍ଧି ଧରି ପ୍ରେରଣା ଯୋଗାଇ ଆସୁଛନ୍ତି । ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ପୁରସ୍କୃତ କରାଯିବ । ଯାହାକୁ ନେଇ ଖୁସି ପୁରା ଦେଶ ଏବଂ ଅନ୍ତରାଷ୍ଟ୍ରୀୟ ସମୁଦାୟ । ମୁଁ ହୃଦୟରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ’

ଏହି ପୁରସ୍କାରରେ ସ୍ବର୍ଣ୍ଣ ପଦ୍ମ (ଗୋଲ୍ଡନ ଲୋଟସ) ପଦକ, ଉପଢୌକନ ଏବଂ ନଗଦ 10 ଲକ୍ଷ ଟଙ୍କା ସାମିଲ ଅଛି । ଅମିତାଭଙ୍କ ପୂର୍ବରୁ ଅଭିନେତା ବିନୋଦ ଖନ୍ନାଙ୍କୁ ମଧ୍ୟ 2017ରେ ଦାଦା ସାହେବ ଫାଲକେ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । କାସିନାଥୁନୀ ବିଶ୍ବନାଥ ଏବଂ ମନୋଜ କୁମାରଙ୍କୁ ମଧ୍ୟ 2015 ଓ 2016ରେ ଏହି ପୁରସ୍କାର ମିଳିସାରିଛି ।

Intro:Body:

prabhu

Conclusion:
Last Updated : Sep 24, 2019, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.