ନୂଆଦିଲ୍ଲୀ: ଲକଡାଉନ ସମୟରେ ବଲିଉଡ ଅଭିନେତ୍ରୀ ଭୂମି ପେଡେନକର ତାଙ୍କ ଜିମକୁ ବହୁତ ମନେପକାଉଛନ୍ତି । ଭୂମି ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ଥ୍ରୋବ୍ୟାକ ୱାର୍କଆଉଟ ଭିଡିଓ ସେୟାର କରିଛନ୍ତି । ଯେଉଁଠାରେ ଭୂମି ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଛି ।
ଏହି ଭିଡିଓର କ୍ୟାପସନରେ ଭୂମି ଲେଖିଛନ୍ତି ଯେ, # ଥ୍ରୋବ୍ୟାକ ଥର୍ସଡେ । ଏହି ସମୟରେ, ଭୂମି ତାଙ୍କ ୱାର୍କଆଉଟର ବହୁ ସାରା ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।
- View this post on Instagram
♥️💪🏻 #throwbackthursday . . . #goodmorning #majormissing #pilates @neelamstotalfitnessstudio
">
ବମ୍ବେ ଟାଇମସକୁ ଲକଡାଉନ ବିଷୟରେ ଭୂମି କହିଛନ୍ତି ଯେ, ଗତ 30-40 ଦିନ ହେବ ମାସ୍କ ପିନ୍ଧିବା ଆମ ଜୀବନର ଏକ ବଡ କାମ ଥିଲା । ଲକଡାଉନ ସରିଗଲେ ଆମ ଜୀବନରେ କେତେଗୁଡିଏ ଜିନିଷ ବଦଳିଯିବ । ଜଣେ ଅଭିନେତ୍ରୀ ଭାବରେ ଆମକୁ ଡ୍ରଇଂ ବୋର୍ଡକୁ ଫେରିବାକୁ ପଡିବ ଏବଂ ଆମକୁ ପୂର୍ବ ଭଳି ପ୍ରସ୍ତୁତ ହେବାକୁ ପଡିବ । ଏକ ନୂତନ ଜଗତ ଆସିବ, ଯାହାକୁ ଆମେ ପୁଣିଥରେ ଆରମ୍ଭ କରିବୁ ।
- View this post on Instagram
♥️💪🏻 #throwbackthursday . . . #goodmorning #majormissing #pilates @neelamstotalfitnessstudio
">
ନିକଟରେ ଭୂମି ଦୁର୍ଗାବତୀ, ବଧାଇ ଦୋରେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ