ETV Bharat / sitara

ବିଗିଡିଲା ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ନିରହୁଆ - ଦିନେଶ ଲାଲ ଯାଦବ ନିରହୁଆଙ୍କ କୋରୋନା ରିପୋର୍ଟ ପଜିଟିଭ

ନିରହୁଆଙ୍କୁ ନେଇ ନିରାଶ ନଜର ଆସୁଛନ୍ତି ଫ୍ୟାନ୍ସ । କାରଣ କୋରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Apr 16, 2021, 11:40 AM IST

ମୁମ୍ବାଇ: ନିକଟରେ ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ ନିରହୁଆଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ସେ କୋରୋନା ସଂକ୍ରମିତ ହେବା ପରେ ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଥିଲେ । ହେଲେ ଇତିମଧ୍ୟରେ ତାଙ୍କୁ ନେଇ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଅସୁସ୍ଥହେବାରୁ ତାଙ୍କୁ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଇନଷ୍ଟିଟ୍ୟୁଟରେ ଭର୍ତ୍ତି କରାଯାଇଛି । ଯେଉଁଠାରେ କଡା ସୁରକ୍ଷା ସହ ତାଙ୍କର ଚିକିତ୍ସା କରୁଛନ୍ତି ଡାକ୍ତର ।

ସୂଚନା ଅନୁଯାୟୀ କୋରୋନା ସଂକ୍ରମିତ ହେବା ପୂର୍ବରୁ ସେ ଲକ୍ଷ୍ନୌରେ ଥିଲେ । ଆଉ ଏକ ଆୱାର୍ଡ ଫଙ୍କସନରେ ଯୋଗ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଏହାବ୍ୟତୀତ ବାନ୍ଦାରେ ତାଙ୍କର ଆଗାମୀ ଫିଲ୍ମର ସୁଟିଂ ମଧ୍ୟ ଚାଲିଥିଲା ।

ସେପଟେ ଦିନେଶଙ୍କ ବ୍ୟତୀତ ତାଙ୍କର ଯେଉଁ ଦୁଇ ଷ୍ଟାଫ ମେମ୍ବର୍ସ କୋରୋନା ପଜିଟିଭ ବାହାରିଛନ୍ତି ଜଣେ କ୍ୟାମେରା ମ୍ୟାନ ଓ ଆଉ ଜଣେ ତାଙ୍କ ଆସିଷ୍ଟାଣ୍ଟ ।

ପ୍ରକାଶ ଥାଉକି ନିରହୁଆଙ୍କ ପୂର୍ବରୁ ବଲିଉଡ ଅଭିନେତା ଅକ୍ଷୟ କୁମାର, ଆମୀର ଖାନ, ରଣବୀର କପୁର, ବରୁଣ ଧୱନ, ଆଲିୟା ଭଟ୍ଟ, କ୍ୟାଟ୍ରିନା କୈଫ ଓ ବିକ୍କୀ କୌଶଲ ଭଳି କଳାକାର କୋରୋନା ସଂକ୍ରମିତ ହୋଇସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.