ମୁମ୍ବାଇ: ଏବେ ଚର୍ଚ୍ଚାରେ ଶାହିଦ କପୁରଙ୍କ ଫିଲ୍ମ 'କବୀର ସିଂହ' । ଖୁବ୍ ଶୀଘ୍ର ଫିଲ୍ମଟି ରିଲିଜ ହେବାକୁ ମଧ୍ୟ ଯାଉଛି । ନିକଟରେ ଏହି ଫିଲ୍ମରେ ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲରରେ ଶୁଣିବାକୁ ମିଳିଥିବା ରୋମାଣ୍ଟିକ ଗୀତ 'ବେଖୟାଲି' ଗୀତର ରିଲିଜକୁ ଅପେକ୍ଷା କରିବସିଛନ୍ତି ଫ୍ୟାନ୍ସ ।
- " class="align-text-top noRightClick twitterSection" data="
">
ଫିଲ୍ମର ଏହି ଗୀତଟି ରିଲିଜ ପୂର୍ବରୁ ହିଁ ସୋସିଆଲ ମିଡିଆରେ ଧମାଲ ସୃଷ୍ଟି କରିସାରିଲାଣି । ସୋସିଆଲ ମିଡିଆ ୟୁଜର୍ସ ଗୀତଟିକୁ ନିଜ ନିଜ ଅନ୍ଦାଜରେ ଗାଇ ସେୟାର କରିବାରେ ଲାଗିପଡିଛନ୍ତି । ଗୀତକୁ ଶାନଦାର ପ୍ରତିକ୍ରିୟା ମିଳିବା ପରେ ମେକର୍ସ କହିଛନ୍ତି 'କବୀର ସିଂହ'ର ଏହି ଗୀତ ଏବର୍ଷର ବ୍ଲକବଷ୍ଟର ହେବ ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି 'କବୀର ସିଂହ'ରେ ମୁଖ୍ୟ ଭୂମିକାରେ ଶାହିଦ ଓ କିୟାରା ଆଡୱାନୀ ଅଭିନୟ କରୁଛନ୍ତି ।