ETV Bharat / sitara

BAFTA 2022ରେ କୋକିଳକଣ୍ଠୀଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Mar 14, 2022, 5:22 PM IST

କୋକିଳକଣ୍ଠୀ ଲତା ମଙ୍ଗେଶକରଙ୍କୁ ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ ପୁରସ୍କାର (BAFTA 2022)ରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ରୟାଲ ଆଲବର୍ଟ ହଲରେ ଆୟୋଜିତ ପୁରସ୍କାର କାର୍ଯ୍ୟକ୍ରମରେ ଲତା ମଙ୍ଗେଶକରଙ୍କୁ ସ୍ୱତନ୍ତ୍ର ଦ ମେମୋରିୟମ୍ ବିଭାଗରେ ସ୍ଥାନ ଦିଆଯାଇଛି । ଅଧିକ ପଢନ୍ତୁ

BAFTA 2022 ରେ କୋକିଳକଣ୍ଠୀ ଲତା ମଙ୍ଗେଶକରଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ଲଣ୍ଡନ: କୋକିଳକଣ୍ଠୀ ଲତା ମଙ୍ଗେଶକରଙ୍କୁ 'ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ ପୁରସ୍କାର (BAFTA) 2022ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ରବିବାର ଦିନ ରୟାଲ ଆଲବର୍ଟ ହଲରେ ଆୟୋଜିତ ପୁରସ୍କାର କାର୍ଯ୍ୟକ୍ରମରେେ ଲତା ମଙ୍ଗେଶକରଙ୍କୁ ସ୍ୱତନ୍ତ୍ର 'ଦ ମେମୋରିୟମ୍' ବିଭାଗରେ ସ୍ଥାନ ଦିଆଯାଇଛି । ଗତ ଜାନୁଆରୀ 6ରେ ମଙ୍ଗେଶକରଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ବୟସ ହୋଇଥିଲା ।

BAFTA, ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କୁ ସଙ୍ଗୀତ ଜଗତର ଏକ 'ଆଇକନ୍' ଭାବରେ ବର୍ଣ୍ଣନା କରିଥିଲେ ଏବଂ ତାଙ୍କୁ ଜଣେ ଭାରତୀୟ ପ୍ଲେ ଗାୟିକା ଭାବରେ ବର୍ଣ୍ଣନା କରିଥିଲେ ଯିଏକି 70 ବର୍ଷ ଧରି ଏକ କ୍ୟାରିୟରରେ 1000 ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର ପାଇଁ 25,000 ଗୀତ ଗାଇଥିଲେ। BAFTA କହିଛନ୍ତି ଯେ, ସେ 1974ରେ ରୟାଲ ଆଲବର୍ଟ ହଲରେ ଅଭିନୟ କରିଥିବା ପ୍ରଥମ ଭାରତୀୟ କଳାକାର ଥିଲେ । BAFTAର "ଦ ମେମୋରିୟମ୍" ବିଭାଗରେରେ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ସିଡନୀ ପୋଇଟିଅର୍, ନିର୍ଦ୍ଦେଶକ ଇଭାନ୍ ରିଟମ୍ୟାନ୍, ସିନେମାଟୋଗ୍ରାଫର ହଲିନା ହଚିନ୍ସ, ଅଭିନେତ୍ରୀ ମୋନିକା ଭିଟି ଏବଂ ସୌଲି କେଲରମ୍ୟାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

  • Excuse me @BAFTA, but where was Betty White on the In Memoriam?

    — Alice Pugh (@AlicePugh97) March 13, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ: Lata Mangeshkar: ବାରଣାସୀର ଗଙ୍ଗାରେ ସ୍ବର ସାମ୍ରାଜ୍ଞୀଙ୍କ ଅସ୍ଥି ବିସର୍ଜନ, ମାସେ ପୂର୍ବରୁ ହୋଇଥିଲା ଦେହାନ୍ତ

ସୂଚନାଯୋଗ୍ୟ ଯେ, ଗତ 9 ତାରିଖରେ ଦିବଂଗତ ଲତାଜୀଙ୍କର ଅସ୍ଥିକୁ ତାଙ୍କ ପରିବାର ସଦସ୍ୟ ବାରଣାସୀର ଗଙ୍ଗା ନଦୀରେ ବିସର୍ଜନ କରିଥିଲେ । ଲତା ମଙ୍ଗେଶକରଙ୍କ ଭଉଣୀ ଉଷା ମଙ୍ଗେଶକର ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ଅସ୍ଥି କଳସ ନେଇ ସହିତ ବାରଣାସୀରେ ପହଞ୍ଚିଥିଲେ। ସେ ଖିଡ଼କିଆ ଘାଟରେ ଏକ ଡଙ୍ଗା ନେଇ ସେଠାରୁ ଅହିଲ୍ୟାବାଇ ଘାଟକୁ ଯାଇଥିଲେ । ପୁରୋହିତ ଶ୍ରୀକାନ୍ତ ପଠକଙ୍କ ନିର୍ଦ୍ଦେଶରେ ଏହି ଘାଟରେ ବୈଦିକ ରୀତିନୀତି କରିବା ପରେ ଅସ୍ଥିକୁ ଗଙ୍ଗା ନଦୀରେ ବିସର୍ଜିତ କରାଯାଇଥିଲା ।

ଏହା ବି ପଢନ୍ତୁ: ନାସିକର ପବିତ୍ର ରାମକୁଣ୍ଡରେ ସ୍ବର ସାମ୍ରାଜ୍ଞୀଙ୍କ ଅସ୍ଥି ବିସର୍ଜନ

ଫେବୃଆରୀ 10 ରେ ଲତା ମଙ୍ଗେଶକର ଅସ୍ଥି ନାସିକର ଗୋଦାବରୀ ନଦୀ ରାମକୁଣ୍ଡରେ ବିସର୍ଜନ କରାଯାଇଥିଲା। ଲତା ମଙ୍ଗେଶକରଙ୍କ ଭାଇ ହୃଦୟନାଥଙ୍କ ପୁଅ, ସାନ ଭଉଣୀ ଉଷା ମଙ୍ଗେଶକରଙ୍କ ସମେତ ମଙ୍ଗେଶକର ପରିବାରର ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ। ରୀତିନୀତି ଅନୁଯାୟୀ କଳସ ପୂଜା କରିବା ପରେ ଅସ୍ଥି ବିସର୍ଜନ କରାଯାଇଥିଲା । ବେଦମୂର୍ତ୍ତି ଶାନ୍ତାରାମ ଶାସ୍ତ୍ରୀ ଭାନୋସେ ଏବଂ ଗଙ୍ଗା ଗୋଦାବରୀ ପଞ୍ଚକୋଠୀ ପୁରୋହିତ ସଂଗଠନର ସଭାପତି ସତୀଶ ଶୁକ୍ଲାଙ୍କ ନିର୍ଦ୍ଦେଶରେ ସମସ୍ତ ଧାର୍ମିକ ରୀତିନୀତି ଅନୁଷ୍ଠିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.