ETV Bharat / sitara

ଇରଫାନଙ୍କୁ ସ୍ବପ୍ନ ଦେଖୁଛନ୍ତି ଲାଡଲା ବାବିଲ

author img

By

Published : Feb 26, 2021, 7:31 AM IST

ପୁଣିଥରେ ସୋସିଆଲ ମିଡିଆରେ ପିତା ଇରଫାନଙ୍କୁ ମନେ ପକାଇଲେ ବାବିଲ । ଏଥର ତାଙ୍କୁ ସ୍ବପ୍ନରେ ଦେଖିବା ବିଷୟରେ କହି ସମସ୍ତଙ୍କୁ କରିଦେଇଛନ୍ତି ଆଶ୍ଚର୍ଯ୍ୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ

ମୁମ୍ବାଇ: ବି-ଟାଉନର ଫେମସ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁକୁ 9 ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ତାଙ୍କୁ ସବୁବେଳେ ମନେ ପକାଉଥିବାର ନଜର ଆସୁଛନ୍ତି ପୁଅ ବାବିଲ ଖାନ। ତାଙ୍କ ସହ ପିତା ନାହଁନ୍ତି ବୋଲି ସହଜରେ ବିଶ୍ବାସ କରିପାରୁନାହାଁନ୍ତି ସେ । ଏହି କାରଣ ପାଇଁ ସେ ପ୍ରାୟତଃ ସୋସିଆଲ ମିଡିଆରେ ପିତାଙ୍କ ପୁରୁଣା ସ୍ମୃତି ସେୟାର କରି ଭାବବିହ୍ବଳ ନଜର ଆସନ୍ତି । ହେଲେ ଏଥର ସେ ଇରଫାନଙ୍କୁ ନେଇ ଆଶ୍ଚର୍ଯ୍ୟକର କଥା କହିଛନ୍ତି। ଯାହାକୁ ନେଇ ସମସ୍ତେ ଚକିତ ।

ତେବେ କଥାଟି ହେଲା ଯେ ଗୁରୁବାର ଇରଫାନଙ୍କ ଏକ ଥ୍ରୋବ୍ୟାକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ବାବିଲ ଇମୋଶନାଲ ନୋଟରେ ଲେଖିଥିଲେ, ‘କାରଣ ମୋର ସ୍ବପ୍ନରେ ତୁମର ତ୍ୟାଗ ବିଷୟରେ ମୋର କୌଣସି ଜ୍ଞାନ ନାହିଁ । ଆଜି ମୋର ସ୍ବପ୍ନରେ ତୁମେ ମୋତେ କହିଲ ଯେ ତୁମେ ମୋତେ ଛାଡିବାକୁ ଯାଉଛ ଏବଂ ତୁମେ ମୋତେ ଏତେ ଦିନ ଧରି ରଖିଥିଲ । କଳ୍ପନା କରନ୍ତୁ ଯେ ମୁଁ ବର୍ତ୍ତମାନ ନିଦରୁ ଉଠିଯାଇଛି । ମୋ ଫୋନ ଅନ୍ୟ ଏକ ଫିଲ୍ମ ଅଫର ପାଇଁ ବାଜିଲା । ହେଲେ ତୁମ ବିନା ବାବା ଏସବୁର ଅର୍ଥ କ’ଣ? ମୁଁ ବରଂ ସ୍ବପ୍ନ ଦେଖିବା ଜାରି ରଖିବି।’

ଏହି ପୋଷ୍ଟ ଜରିଆରେ ବାବିଲ ଜଣାଇଛନ୍ତି ଯେ ପିତାଙ୍କୁ ସେ ସ୍ବପ୍ନରେ ଦେଖୁଛନ୍ତି । ଆଉ ଏପରି ସ୍ବପ୍ନ ସେ ସବୁବେଳେ ଦେଖିବାକୁ ଚାହୁଁଛନ୍ତି । ଏହାପୂର୍ବରୁ ମଧ୍ୟ ସେ ଇରଫାନଙ୍କ ଅନେକ ଫଟୋ, ଭିଡିଓ ପୋଷ୍ଟ କରି ଲେଖିସାରିଛନ୍ତି ଦୁଃଖଭରା କଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.