ETV Bharat / sitara

ଇରଫାନଙ୍କ ଆଉଟଫିଟ୍ ପିନ୍ଧି ଫିଲ୍ମ ଫେୟାରରେ ଯୋଗଦେଲେ ବାବିଲ

author img

By

Published : Mar 29, 2021, 9:01 AM IST

ପୁଣି ସୋସିଆଲ ମିଡିଆରେ ପିତା ଇରଫାନଙ୍କୁ ନେଇ ବାବିଲ ସେୟାର କଲେ ଅନେକ କଥା । ଇରଫାନଙ୍କୁ ମିଳିଥିବା ଦୁଇଟି ପୁରସ୍କାର ଗ୍ରହଣ କରି ଖୁସି ଅଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନଙ୍କ ବଲିଉଡ ଡେବ୍ୟୁକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା । ସେ ଖୁବଶୀଘ୍ର ବଲିଉଡରେ ପଦାର୍ପଣ କରିବାକୁ ଯାଉଛନ୍ତି । ହେଲେ ଫିଲ୍ମରେ ଆସିବା ପୂର୍ବରୁ ସେ ସୋସିଆଲ ମିଡିଆରେ ଅଧିକ ପପୁଲାର ହୋଇସାରିଲେଣି । ଇରଫାନଙ୍କ ମୃତ୍ୟୁ ପରଠୁ ସେ ସୋସିଆଲ ମିଡିଆରେ ପ୍ରାୟତଃ କିଛି ନା କିଛି ସେୟାର କରି ଫ୍ୟାନ୍ସଙ୍କୁ ଭାବବିହ୍ବଳ କରିଦେଉଛନ୍ତି । ହେଲେ ଇତିମଧ୍ୟରେ ସେ ପିତାଙ୍କ ଆଉଟଫିଟ୍ ପିନ୍ଧି 66ତମ ଫିଲ୍ମ ଫେୟାର ଆୱାର୍ଡ ଉତ୍ସବରେ ଯୋଗ ଦେଇଥିଲେ ।

ରବିବାର ଫିଲ୍ମଫେୟା ଆୱାର୍ଡ ଶୋରେ ଯୋଗ ଦେବା ପାଇଁ ସେ ଇରଫାନଙ୍କ ଆଉଟଫିଟ୍ ପିନ୍ଧିଥିଲେ । ଆଉ ତାଙ୍କୁ ସଜାଇ ଦେଇଥିଲେ ମା' । ପିତାଙ୍କୁ ମିଳିଥିବା ଦୁଇଟି ପୁରସ୍କାର ଗ୍ରହଣ କରିଛନ୍ତି ସେ । ଯାହାର ଫଟୋ ପୋଷ୍ଟ କରିବା ସହ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ ।

ଯେଉଁଥିରେ ଦେଖିବାକୁ ମିଳୁଛି ଫିଲ୍ମଫେୟାରରେ ସାମିଲ ହେବା ପୂର୍ବରୁ ତାଙ୍କୁ ତାଙ୍କ ମା' ସଜାଇ ଦେଉଥିବାର । ଏହାକୁ ସେୟାର କରି ସେ ଲେଖିଥିଲେ, ‘ଏହା କିଛି କହିବାକୁ ମୋର ସ୍ଥାନ ନୁହେଁ । ଲୋକେ ସର୍ବଦା କୁହନ୍ତି ଯେ ତୁମେ ତୁମର ପିତାଙ୍କ ଜୋତାରେ ଫିଟ୍ ହୋଇପାରିବ ନାହିଁ କିନ୍ତୁ ଅନ୍ତତ ମୁଁ ତାଙ୍କ ପୋଷାକରେ ଫିଟ୍ ହୋଇପାରିଲି । ଆପଣ ଆମ ପରିବାରକୁ ସବୁବେଳେ ଆଲିଙ୍ଗନ କରି ପ୍ରେମ ଦେଇଥିବା ହେତୁ ମୁଁ ଦର୍ଶକ ଏବଂ ଆମ ଇଣ୍ଡଷ୍ଟ୍ରି ପ୍ରତି ମୋର ସମସ୍ତ କୃତଜ୍ଞତା ଜଣାଇବାକୁ ଚାହେଁ, ଏବଂ ମୁଁ ପ୍ରକୃତରେ କହିପାରେ ଯେ ଆପଣ ଏବଂ ମୁଁ ଏହି ଯାତ୍ରା ଏକତ୍ର କରି ଭାରତୀୟ ସିନେମାକୁ ନୂଆ ସ୍ଥାନକୁ ନେଇଯିବା । ଯାହାପାଇଁ ମୁଁ ପ୍ରତିଜ୍ଞା କରୁଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.