ନୂଆଦିଲ୍ଲୀ: ଆୟୁଷ୍ମାନ ଖୁରାନାଙ୍କ ବ୍ଲକବଷ୍ଟର ଫିଲ୍ମ 'ଅନ୍ଧାଧୁନ' ବର୍ତ୍ତମାନ ଚୀନ ସିନେ ବଜାରରେ ଧୁମ ମଚାଇବାକୁ ପ୍ରସ୍ତୁତ । କିନ୍ତୁ ଚୀନରେ ଫିଲ୍ମଟି ଅନ୍ଧାଧୁନ ଭାବରେ ନୁହେଁ ବରଂ 'ପିୟାନୋ ପ୍ଲେୟର' ଟାଇଟଲରେ ରିଲିଜ ହେବାକୁ ଯାଉଛି ।
ସୂଚନାନୁଯାୟୀ, ଭାୟାକମ 18 ମୋଶନ ପିକ୍ଚର୍ସ ଏବଂ ମ୍ୟାଚବକ୍ସ ପିକ୍ଚର୍ସ ଦ୍ବାରା ନିର୍ମିତ 'ଅନ୍ଧାଧୁନ'ର ନିର୍ଦ୍ଦେଶନା ଦେଇଥିଲେ ଶ୍ରୀରାମ ରାଘବନ । ଫିଲ୍ମକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଇରୋସ ଇଣ୍ଟରନ୍ୟାସନାଲ ଦ୍ବାରା ପ୍ରଦର୍ଶନ କରାଯାଇଥିଲା ।
ଭାୟକମ 18ର ଚିଫ ଅପରେଟିଂ ଅଫିସର ଅଜୀତ ଅନ୍ଧାରେ କହିଛନ୍ତି ଏହି ଘୋଷଣା କରି ତାଙ୍କୁ ଖୁସି ଅନୁଭବ ହୋଇଛି ଯେ ଭାୟାକମ 18 ଷ୍ଟୁଡିଓ ଚୀନରେ ନିଜର ପ୍ରଥମ ରିଲିଜ ହାସଲ କରିଛି । ତାହା ମଧ୍ୟ ଆମର ପ୍ରିୟ ଫିଲ୍ମ 'ଅନ୍ଧାଧୁନ' ସହ । ଚୀନ ବକ୍ସ ଅଫିସରେ ନିଜ ଫିଲ୍ମ ରିଲିଜ ହେବାକୁ ନେଇ ଖୁବ୍ ଉତ୍ସାହୀ ଭାୟାକମ ମୁଖ୍ୟ ।
ଚୀନରେ ରାଘବନଙ୍କର ଏହା ପ୍ରଥମ ଫିଲ୍ମ । ଚୀନରେ ଏହି ଥ୍ରିଲର ଫିଲ୍ମ ରିଲିଜ ପାଇଁ ଭାୟାକମ ଷ୍ଟୁଡିଓ ଇରୋସ ଇଣ୍ଟରନେସନାଲ ସହ ମିଶି ଏବେ ଟାଙ୍ଗ ମିଡିଆ ପାର୍ଟନରସିପ କରିଛନ୍ତି ।