ETV Bharat / sitara

ବାଦଶାହଙ୍କ ଆଉ ଏକ ଧମାକା, ରିଲିଜ ହେଲା ‘don't be shy - ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଡ୍ରିମ ଗାର୍ଲ

ଆୟୁଷ୍ମାନଙ୍କ ଚନ୍ଦା ଅବତାରରେ ହସିଲେ ଭୂମୀ ଓ ୟାମି । don't be shy କହି ଆୟୁଷ୍ମାନଙ୍କୁ ଚିଡାଇଲେ ଭୂମି । ଦେଖନ୍ତୁ ବାଲାର କମେଡି ଗୀତ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା ଫ୍ୟାନକ୍ଲବ
author img

By

Published : Oct 19, 2019, 2:01 PM IST

ମୁମ୍ବାଇ: ଫିଲ୍ମ ‘ଡ୍ରିମ ଗାର୍ଲ’ରେ ହଜାର ହଜାର ଦର୍ଶକଙ୍କୁ ଖୁବ୍ ହସାଇବା ପରେ ଏବେ ଟ୍ୟାଲେଣ୍ଟଟେଡ ଆକ୍ଟର ଆୟୁଷ୍ମାନ ଖୁରାନା ବହୁ ପ୍ରତିକ୍ଷିତ ଫିଲ୍ମ ‘ବାଲା’ ନେଇ ପରଦାକୁ ଫେରିବେ । ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ହସାଇ ହସାଇ ବେହାଲ କରିଥିଲା । ଆଉ ଏବେ ରିଲିଜ ହୋଇଯାଇଛି ଫିଲ୍ମର ନୂଆ ଗୀତ ‘don't be shy’ । ରିଲିଜ ହେବା ମାତ୍ରେ ଏହି ଗୀତ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।

ଗୀତଟିକୁ ରାପର ବାଦଶାହ, ସାଲ୍ମଲି ଖୋଲଗଡେ, ଗୁରଦୀପ ମେହେନ୍ଦୀ ଓ ସଚିନ-ଜିଗର ମିଶି ଗାଇଛନ୍ତି । ଆଉ ଗୀତରେ ଆୟୁଷ୍ମାନ, ଭୂମି ପେଡନେକର ଓ ୟାମି ଗୌତମ ନଜର ଆସୁଛନ୍ତି । ଏହି ପାର୍ଟି ସଙ୍ଗରେ ଆୟୁଷ୍ମାନଙ୍କ ଭିନ୍ନ ଅବତାର ଦେଖିବାକୁ ମିଳୁଛି ।

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ଦର୍ଶକ ‘ବାଲା’ ଫିଲ୍ମକୁ ପରଦାରେ ଦେଖିବାକୁ ବ୍ୟାକୁଳ । କାରଣ ଟ୍ରେଲର ରିଲିଜ କରି ମେକର୍ସ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇଦେଇଛନ୍ତି । ଚନ୍ଦା ସମସ୍ୟା ଏବଂ ତାହା ଉପରେ ସମାଜର ଅପମାନକୁ ନେଇ ନିର୍ଦ୍ଦେଶକ ଦିନେଶ ବିଜନ ନିର୍ମାଣ କରିଛନ୍ତି ‘ବାଲା’ ଫିଲ୍ମ । ଯାହା ମେଡକ୍ସ ଫିଲ୍ମସ ପ୍ରଯୋଜନାରେ ନିର୍ମିତ । ଫିଲ୍ମଟି ପୂର୍ବରୁ ନଭେମ୍ବର 12ରେ ରିଲିଜ ହୋଇଥାଆନ୍ତା କିନ୍ତୁ ଏବେ ଫିଲ୍ମଟି ନଭେମ୍ବର 7ରେ ରିଲିଜ ହେବାକୁ ଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.