ମୁମ୍ବାଇ: ଏବେ ଅଭିନେତା ଆୟୁଷ୍ମାନ ଖୁରାନା ନର୍ଥ-ଇଷ୍ଟରେ ଚଳଚ୍ଚିତ୍ର ନିର୍ମାତା ଅନୁଭବ ସିହ୍ନାଙ୍କ ଏକ ଅନଟାଇଟେଲ ଥ୍ରୀଲର ଫିଲ୍ମର ସୁଟିଂ କରୁଛନ୍ତି । ସୁଟିଂରୁ ସମୟ ବାହାର କରି ସେ ଏକ ସଫାରି ଉପଭୋଗ କରିବାକୁ କାଜିରଙ୍ଗା ନ୍ୟାସନାଲ ପାର୍କରେ ପହଞ୍ଚିଛନ୍ତି ।
ଆୟୁଷ୍ମାନ କହିଛନ୍ତି, 'ମୁଁ ସର୍ବଦା ବନ୍ୟଜୀବଙ୍କ ପ୍ରତି ଉତ୍ସାହିତ ଏବଂ ମୁଁ ମଧ୍ୟ ସଫାରିରେ ଯିବାକୁ ଭଲ ପାଏ । ମୁଁ କାଜିରଙ୍ଗା ନ୍ୟାସନାଲ ପାର୍କକୁ ଗଲି ଏବଂ ଏହା ମୋର ବେଷ୍ଟ ସମୟ ଥିଲା । ମୁଁ ଏହା ପୂର୍ବରୁ ମଧ୍ୟ ମୁଦୁମଲାଇ ୱାଇଲ୍ଡ ସେନଚ୍ୟୁରିକୁ ଯାଇଥିଲି ଏବଂ ମୁଁ ସେଠାରେ ଆଶ୍ଚର୍ଯ୍ୟଜନକ ଅନୁଭବ କରିଥିଲି ଏବଂ କାଜିରଙ୍ଗା ଆସିବା ପରେ ମତେ ଲାଗୁଛି ମୁଁ ଭବିଷ୍ୟତରେ ବନ୍ୟ ଜୀବଙ୍କ ପ୍ରତି କିଛି କରିବି। ମୁଁ କିଛି କରିବାକୁ ଚାହେଁ ଏବଂ ଭଲ ସ୍ମୃତି ପ୍ରସ୍ତୁତ କରିବି, ଯାହା ମୋର ଜୀବନସାରା ମୋ ସହିତ ରହିବ' ।
ପ୍ରକାଶ ଥାଉ ଯେ, ଆୟୁଷ୍ମାନ ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଚଣ୍ଡିଗଡ଼ କରେ ଆଶିକୀ' ର ସୁଟିଂ ଶେଷ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ