ନୂଆଦିଲ୍ଲୀ : ମାର୍ଚ୍ଚ 15 ରେ, ଜନ୍ମଦିନର ଠିକ୍ ଗୋଟିଏ ଦିନ ପରେ ବଲିଉଡ ସୁପରଷ୍ଟାର ଆମୀର ଖାନ ସୋସିଆଲ ମିଡିଆକୁ ସବୁଦିନ ପାଇଁ ଅଲବିଦା କହିଥିଲେ । ଫେସବୁକ, ଟ୍ବିଟର ଓ ଇନଷ୍ଟାଗ୍ରାମରେ ଆମିରଙ୍କ ଲକ୍ଷ ଲକ୍ଷ ଫ୍ୟାନ ଫଲୋୱିଂ ରହିଛି । ପ୍ରାୟତଃ ସମୟ ସେ ସୋସିଆଲ ମିଡିଆ ବ୍ୟବହାର କରି ପାରୁନାହାନ୍ତି । ଏଥିପାଇଁ ସମସ୍ତ ପ୍ରକାର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ସେ ବିଦାୟ ନେବାକୁ ନିଷ୍ପତ୍ତି ନେଇଥିଲେ।
- " class="align-text-top noRightClick twitterSection" data="
">
ଏବେ ଆମୀରଙ୍କ ପରେ ଆଉ ଜଣେ ଫେମସ ଅଭିନେତା ସୋସିଆଲ ମିଡିଆକୁ ଅଲବିଦା ଜଣାଛନ୍ତି । ବଲିଉଡର ଜଣାଶୁଣା ତଥା ଟିଭି ଅଭିନେତା ସୁଶାନ୍ତ ସିଂ ସୋସିଆଲ ମିଡିଆରୁ ବ୍ରେକ ନେଇଛନ୍ତି । ଅଭିନେତା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
ସୁଶାନ୍ତ ତାଙ୍କ ଇନଷ୍ଟାଗ୍ରାମରେ ଟ୍ବିଟର ସ୍କ୍ରିନସଟ ସେୟାର କରିଛନ୍ତି ଯେଉଁଥିରେ ଲେଖାଥିଲା, 'ମୁଁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବ୍ରେକ ନେଉଛି' । ସୁଶାନ୍ତଙ୍କ ଏହି ପୋଷ୍ଟକୁ ଦେଖି ବହୁ ଫ୍ୟାନ୍ସ ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉ ଯେ, ଆମୀରଙ୍କ ପୂର୍ବରୁ ୟୁବରାଜ ସିଂଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ହେଜେଲ କିଚ ମଧ୍ୟ ସୋସିଆଲ ମିଡିଆକୁ ବାଏ ବାଏ କହିଥିଲେ ।