ହାଇଦ୍ରାବାଦ: ‘ଦେବ ଡି’ ଓ ‘ସାହିବ ବିବି ଓ ଗ୍ୟାଙ୍ଗଷ୍ଟାର’ରେ ସଫଳତା ପାଇଥିବା ମାହୀ ଗିଲଙ୍କ ୱେବ ସିରିଜ ‘ଫିକ୍ସର’ର ସୁଟିଂ ସମୟରେ ହୋଇଛି ଆକ୍ରମଣ । ଏଥିରୁ ଅଳ୍ପକେ ବର୍ତ୍ତିଛନ୍ତି ଅଭିନେତ୍ରୀ ମାହୀ ଗିଲ । ମୁମ୍ବାଇର ଥାନେ ଅଞ୍ଚଳର ଘୋଡବନ୍ଦର ରୋଡରେ ସୁଟିଂ ସମୟରେ ଆକ୍ରମଣ ହୋଇଛି ।
ଦିନ ପ୍ରାୟ 4ଟା 30 ସମୟରେ ଚାରିଜଣ ଗୁଣ୍ଡା ସେଟ ଭିତରେ ପଶି ସୁଟିଂ ପାଇଁ ଅନୁମତି ନାହିଁ ବୋଲି କହି ଲୁହା ରଡ ଓ ଲାଠିରେ ମାରିବା ଆରମ୍ଭ କରିଥିଲେ । ଏହି ଆକ୍ରମଣରେ ଫଟୋଗ୍ରାଫର ନିର୍ଦ୍ଦେଶକ ସନ୍ତୋଷ ତୁଡିୟାଲଙ୍କୁ ଗଭୀର ଆଘାତ ଲାଗିଛି । 2006ରେ ରିଲିଜ ହୋଇଥିବା ‘କାଲ’ ଫିଲ୍ମର ନିର୍ଦ୍ଦେଶକ ସୋହେମ ଶାହା ଏହି ସିରିଜର ନିର୍ଦ୍ଦେଶନା ଦେଉଛନ୍ତି । ଆକ୍ରମଣରେ ତାଙ୍କୁ ମଧ୍ୟ ପିଠିରେ ଗଭୀର ଆଘାତ ଲାଗିଛି । ଫଳରେ ସେ ତଳେ ପଡି ବେହୋସ ହୋଇଯାଇଥିଲେ ।
ମାହୀଙ୍କ କହିବା କଥା ତାଙ୍କୁ ମଧ୍ୟ ଜଣେ ଗୁଣ୍ଡା ଆକ୍ରମଣ କରିବା ପାଇଁ ଆସୁଥିଲା ମାତ୍ର ପଛରୁ କିଏ ମହିଳା... ମହିଳା କହିବାରୁ ଗୁଣ୍ଡା ତାଙ୍କୁ ଆକ୍ରମଣ କରିନଥିଲା । ନିର୍ଦ୍ଦେଶକଙ୍କ ଏହା ମଧ୍ୟ ଅଭିଯୋଗ କରିଛନ୍ତି ପୋଲିସ ଓଲଟି ସୁଟିଂ ଅନୁମତି ନାହିଁ ବୋଲି କହି ତାଙ୍କଠୁ 50,000 ଜୋରିମାନା ନେଇଥିଲା କିନ୍ତୁ ଆକ୍ରମଣ ନେଇ କୌଣସି ପଦକ୍ଷେପ ନେଇନଥିଲା ।
ନିର୍ଦ୍ଦେଶକଙ୍କ କହିବାନୁସାରେ, ଆକ୍ରମଣ ପରେ ପ୍ରାୟ 18-20ଲକ୍ଷ ଟଙ୍କାର କ୍ଷତି ହୋଇଛି । ପ୍ରକାଶଥାଉକି, ସିରିଜ ‘ଫିକ୍ସର’ର କ୍ଲାଇମ୍ୟାକ୍ସ ସିନ ସୁଟ ହେଉଥିଲା । ଏହାକୁ ଅଲ୍ଟବାଲାଜୀ ପ୍ରଯୋଜନା କରୁଛି । ତେବେ ସୁଟିଂ ସେଟରେ ମାହି ଗିଲଙ୍କ ସହ ତିଗମାଂଶୁ ଧୁଲିଆ ଓ ଟେଲିଭିଜନ କଳାକାର ଶବିର ଆହ୍ଲୁୱାଲିଆ ଉପସ୍ଥିତ ଥିଲେ ।