ଲକ୍ଷ୍ନୌ: ପପୁଲାର ୱେବ ସିରିଜ ‘ଆଶ୍ରମ 2’ରେ ସନାତନ ଧର୍ମ ସହ ଜଡିତ ଧାର୍ମିକ ଭାବନାକୁ ଆଘାତ କରୁଥିବା ଅଭିଯୋଗ କରି ଗୁରୁବାର ଦିନ ଜୈନପୁର ଏକ ସିଭିଲ୍ କୋର୍ଟର ଓକିଲ କୋର୍ଟରେ ଏକ ଆବେଦନ କରିଛନ୍ତି । ଏହାପରେ ଅଭିନେତା ବବି ଦେଓଲ ଏବଂ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ବିରୋଧରେ ସ୍ଥାନୀୟ କୋର୍ଟରେ ଏକ ମକଦ୍ଦମା ଦାୟର କରାଯାଇଥିଲା । ସିଭିଲ କୋର୍ଟର ଓକିଲ ହିମାଂଶୁ ଶ୍ରୀବାସ୍ତବ ଗୁରୁବାର ଦିନ କୋର୍ଟରେ ଓକିଲ ଉପେନ୍ଦ୍ର ବିକ୍ରମ ସିଂଙ୍କ ମାଧ୍ୟମରେ ଏହି ଆବେଦନ କରିଛନ୍ତି ।
ସେ ଆବେଦନପତ୍ରରେ କହିଛନ୍ତି, ‘ସନାତନ ଧର୍ମ ଉପରେ ମୋର ଗଭୀର ବିଶ୍ବାସ ଅଛି । ପିଲାଦିନରୁ ଆମେ ଆଶ୍ରମ ପବିତ୍ର ହିନ୍ଦୁ ଗ୍ରନ୍ଥଗୁଡ଼ିକ ବିଷୟରେ ଜାଣିବା ଥିଲୁ ଏବେ ଅନେକ କାହାଣୀ ଶୁଣିଥିଲୁ । ଆଶ୍ରମ ସାଧୁମାନଙ୍କର ପବିତ୍ର ସ୍ଥାନ ବୋଲି କୁହାଯାଏ । ଏକ ସୁସଜ୍ଜିତ ଆଶ୍ରମ ଅନୁଷ୍ଠାନ ଭାରତରେ ଏହାର ବିଶେଷତା ସବୁବେଳେ ରହିଆସୁଛି । ହେଲେ ୱେବ ସିରିଜ ଆଶ୍ରମ 2ରେ ଆଶ୍ରମର ବିଶ୍ବାସ ନାମରେ କିପରି ନିରୀହ ଲୋକ ବିଶ୍ବାସ ସହ ଖେଳାଯାଇ ଅପରାଧ ଏବଂ ରାଜନୀତିର ମିଳିତ ପର୍ଯ୍ୟବେଶିତ ହୋଇଛି । ଆଶ୍ରମରେ ବ୍ୟଭିଚାର ଏବଂ ଡ୍ରଗ୍ସ କାରବାର ଇତ୍ୟାଦି ଚାଲିଥିବା କଥା ମଧ୍ୟ ଦେଖିବାକୁ ମିଳିଛି । ଯାହା ଆଦୌ ଠିକ୍ କଥା ନୁହେଁ । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକ ଅଛି ।’
ପ୍ରକାଶ ଥାଉକି ‘ଆଶ୍ରମ 2’ରେ କାଶି ପୁର ବାବା ରୂପେ ନଜର ଆସୁଛନ୍ତି ବବି । ସିରିଜରେ ସେ ଭଣ୍ଡ ବାବା ସାଜି ଲୋକଙ୍କ ବିଶ୍ବାସ ସହ ଖେଳୁଥିବାର ଦେଖାଯାଉଛନ୍ତି । ଯାହାକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି ଅନେକ ସଙ୍ଗଠନ । ବୁଧବାର ଏହାର ଷ୍ଟ୍ରିମି ଏମଏକ୍ସ ପ୍ଲେୟାରରେ କରାଯାଇଥିଲା । ଏତେ ବାଦବିବାଦ ପରେ ମଧ୍ୟ ସିରିଜକୁ ଦର୍ଶକଙ୍କ ଶାନଦାର ପ୍ରତିକ୍ରିୟା ମିଳିଛି ।