ETV Bharat / sitara

ଆଜି ସନ୍ଧ୍ୟାରେ ଘରକୁ ଫେରିବେ ଆର୍ଯ୍ୟନ, ହସୁଛି ‘ମନ୍ନତ’ - ଆର୍ଥର ରୋଡ ଜେଲ

ଆଜି ଆକାଶରେ ଉଡୁଛନ୍ତି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନ । କାରଣ ଦୀର୍ଘ ୨୫ ଦିନ ପରେ ଆଜି(ଶୁକ୍ରବାର) ସନ୍ଧ୍ୟାରେ ଜେଲରୁ ବାହାରିବାକୁ ଯାଉଛନ୍ତି ଆର୍ଯ୍ୟନ ଖାନ । ଅଧିକ ପଢନ୍ତୁ...

ଆଜି ସନ୍ଧ୍ୟାରେ ଜେଲରୁ ବାହାରିବେ ଆର୍ଯ୍ୟନ
ଆଜି ସନ୍ଧ୍ୟାରେ ଜେଲରୁ ବାହାରିବେ ଆର୍ଯ୍ୟନ
author img

By

Published : Oct 29, 2021, 12:31 PM IST

ମୁମ୍ବାଇ: ଆଜି(ଶୁକ୍ରବାର) ସନ୍ଧ୍ୟାରେ ବାହାର ଖୋଲା ଆକାଶ ତଳର ପବନକୁ ଅନୁଭବ କରିବାକୁ ଯାଉଛନ୍ତି ଆର୍ଯ୍ୟନ ଅର୍ଥାତ୍‌ ସେ ଆଜି ସନ୍ଧ୍ୟାରେ ଜେଲର ୪ କାନ୍ଥ ଭିତରୁ ବାହାରକୁ ବାହାରିବାକୁ ଯାଉଛନ୍ତି । କ୍ରୁଜ ଡ୍ରଗ୍ସ ମାମଲାରେ ସନ୍ଧ୍ୟା ସୁଦ୍ଧା ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିଯିବ ବୋଲି ଆର୍ଯ୍ୟନଙ୍କ ଆଇନଜୀବୀ ସତୀଶ ମାନସିନ୍ଦେ କହିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ତାଙ୍କୁ ସ୍ପେଶାଲ NDPS କୋର୍ଟରେ ହାଜର କରାଯିବା ପରେ କିଛି ଆଇନଗତ କାର୍ଯ୍ୟ ଶେଷ ହେବା ପରେ ସେ ଜେଲରୁ ମୁକୁଳିବେ ବୋଲି ସୂଚନା ମିଳିଛି ।

ବହୁ ସମୟ ପରେ ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ପିତା ତଥା ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ଦ୍ବାରା ଗିରଫ ହେବା ପରେ ଗତ ୨୫ ଦିନ ଧରି ଆର୍ଥର ରୋଡ ଜେଲରେ ରହିଥିଲେ ଆର୍ଯ୍ୟନ ।

ପୂର୍ବରୁ ଆଗୁଆ ଜାମିନ କରିଥିଲେ ମଧ୍ୟ ଆର୍ଯ୍ୟନଙ୍କୁ ଜାମିନ ମିଳିନଥିଲା । ଉଭୟ ମାଜିଷ୍ଟ୍ରେଟ କୋର୍ଟ ଓ ସ୍ପେଶାଲ NDPS କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ । ଏହାପରେ ସେମାନେ ବମ୍ବେ ହାଇକୋର୍ଟରେ ଏହି ଆବେଦନ କରଥିଲେ । ତେବେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.