ETV Bharat / sitara

ଦିନେ ଏପରି କାମ କରିବି ମୋ ପାଇଁ ଗର୍ବ ଅନୁଭବ କରିବ: ଆର୍ଯ୍ୟନ

author img

By

Published : Oct 17, 2021, 10:33 AM IST

ଜେଲରେ ଆତ୍ମସମୀକ୍ଷା କରୁଛନ୍ତି ଆର୍ଯ୍ୟନ ଖାନ । ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେଙ୍କୁ ଦେଲେ ସୁଧୁରିବାର ପ୍ରତିଶ୍ରୁତି । ଅଧିକ ପଢନ୍ତୁ...

Aryan Khan promised to make Sameer Wankhede one day proud of him
ଦିନେ ଏପରି କାମ କରିବି ମୋ ପାଇଁ ଗର୍ବ ଅନୁଭବ କରିବେ: ଆର୍ଯ୍ୟନ

ମୁମ୍ବାଇ: ଅନୁତାପ କରୁଛନ୍ତି କି ଆର୍ଯ୍ୟନ ? ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଦେଲେ ସୁଧୁରିବାର ପ୍ରତିଶ୍ରୁତି । ଆର୍ଯ୍ୟନ ୱାଙ୍ଖଡେଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ଦିନେ ଏପରି କାମ କରିବି ଆପଣ ମୋତେ ନେଇ ଗର୍ବ ଅନୁଭବ କରିବେ ।

ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେ ନିଜ ଦଳ ସହ ନିକଟରେ ଆର୍ଯ୍ୟନ ଖାନଙ୍କ କାଉନସେଲିଂ କରିବା ସମୟରେ ସେ ଏପରି କହିଛନ୍ତି । ଏଥିସହ ଆର୍ଯ୍ୟନ କହିଛନ୍ତି ଯେ, ଜେଲ୍‌ରୁ ମୁକୁଳିବା ପରେ ଗରିବ ଏବଂ ଦୁର୍ବଳ ବର୍ଗଙ୍କ ସାହାଯ୍ୟ କରିବେ । ସେ ଆଗକୁ ଆଉ ଏପରି କିଛି ଭୁଲ୍ କରିବେ ନାହିଁ, ଯଦ୍ଵାରା ସେ ପୁନର୍ବାର ଚର୍ଚ୍ଚାରେ ରହିବେ ।

ମୁଁ ଦିନେ ଏମିତି କାମ କରିବି, ଯାହାକୁ ନେଇ ଆପଣ ମୋ ଉପରେ ଗର୍ବ କରିବେ ବୋଲି ଆର୍ଯ୍ୟନ ଏନସିବି ଅଧିକାରୀ ୱାଙ୍ଖଡେଙ୍କୁ କହିଛନ୍ତି । ତେବେ ହାଇ ପ୍ରୋଫାଇଲ୍ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୦ କୁ ଘୁଞ୍ଚାଯାଇଛି । ଆର୍ଯ୍ୟନ ମଧ୍ୟ ଜେଲରେ ଅନ୍ୟ କଏଦୀଙ୍କ ପରି ରହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.