ETV Bharat / sitara

Aryan Khan Moves HC: ଜାମିନ ସର୍ତ୍ତ କୋହଳ ପାଇଁ ଆର୍ଯ୍ୟନଙ୍କ ନିବେଦନ

author img

By

Published : Dec 11, 2021, 10:36 AM IST

କ୍ରୁଜ ପାର୍ଟି ଡ୍ରଗ୍ସ ପାର୍ଟି ମାମଲା(Cruise Drugs Party Case)ର ଜାମିନ ସର୍ତ୍ତକୁ କୋହଳ କରିବା ପାଇଁ ବମ୍ବେ ହାଇକୋର୍ଟ(Bombay High Court)ରେ ଦ୍ବାରସ୍ତ ହେଲେ ଆର୍ଯ୍ୟନ ଖାନ । ଅଧିକ ପଢନ୍ତୁ

Cruise Drugs Party Case: ଜାମିନ ସର୍ତ୍ତ କୋହଳ କରିବାକୁ ଆର୍ଯ୍ୟନଙ୍କ ନିବେଦନ

ମୁମ୍ବାଇ: ପୁଣି ବମ୍ବେ ହାଇକୋର୍ଟ(Bombay High Court Aryan Khan Case)ରେ ଦ୍ବାରସ୍ତ ହେଲେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । କ୍ରୁଜ ପାର୍ଟି ଡ୍ରଗ୍ସ ପାର୍ଟି ମାମଲା(Cruise Drugs Party Case)ର ଜାମିନ ସର୍ତ୍ତକୁ କୋହଳ କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି ।

ଏନେଇ ଆର୍ଯ୍ୟନ ଗତକାଲି(ଶୁକ୍ରବାର) ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏଥିରେ ଉଲ୍ଲେଖ ଅଛି ଯେ, କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ ଦାୟିତ୍ବ ଦିଲ୍ଲୀ NCBର ସ୍ବତନ୍ତ୍ର ତଦନ୍ତକାରୀ ଦଳ(SIT)କୁ ହସ୍ତାନ୍ତର କରାଯାଇଛି । SITକୁ ସେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି । ଏଥିସହ ସେ NCB ଅଫିସକୁ ମଧ୍ୟ ପ୍ରତି ସପ୍ତାହର ଶୁକ୍ରବାର ହାଜର ହେଉଛନ୍ତି । ମାତ୍ର ଏହିସମୟରେ ବହୁସଂଖ୍ୟକ ପୋଲିସ କର୍ମଚାରୀ, ମିଡିଆ କର୍ମୀଙ୍କ ଉପସ୍ଥିତି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେଣୁ ଏହି ସାପ୍ତାହିକ ହାଜିରାରୁ ମୁକ୍ତ କରିବାକୁ ଆର୍ଯ୍ୟନ ଅଦାଲତ ନିକଟରେ ନିବେଦନ କରିଛନ୍ତି । ହାଇକୋର୍ଟ ଏନେଇ ଆସନ୍ତା ସପ୍ତାହରେ ଶୁଣାଣି କରିବେ ବୋଲି ଜଣାପଡିଛି ।

ଆହୁରି ପଢନ୍ତୁ:- ୨୮ ଦିନ ପରେ ମୁକୁଳିଲେ ଆର୍ଯ୍ୟନ

ସୂଚନା ଅନୁଯାୟୀ, ବହୁ ଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବମ୍ବେ ହାଇକୋର୍ଟ ପାଖାପାଖି ଗୋଟିଏ ମାସ ପରେ ଆର୍ଯ୍ୟନ ଖାନଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ । କୋର୍ଟଙ୍କ ସର୍ତ୍ତ ରଖିଥିଲେ କି ଆର୍ଯ୍ୟନ ଦକ୍ଷିଣ ମୁମ୍ବାଇର NCB କାର୍ଯ୍ୟାଳୟରେ ପ୍ରତି ଶୁକ୍ରବାର ଦିନ 11 ରୁ 2 ଟା ମଧ୍ୟରେ ହାଜର ହେବ । ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.