ETV Bharat / sitara

କୋର୍ଟଙ୍କ ନିର୍ଦ୍ଦେଶ ମାନି NCBରେ ହାଜର ହେଲେ ଆର୍ଯ୍ୟନ - କୋର୍ଟରେ ହାଜର ହେଲେ ଆର୍ଯ୍ୟନ

କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି(ଶୁକ୍ରବାର) NCB ରେ ହାଜର ହୋଇଛନ୍ତି ଆର୍ଯ୍ୟନ ଖାନ । ଅଧିକ ପଢନ୍ତୁ...

କୋର୍ଟଙ୍କ ନିର୍ଦ୍ଦେଶ ମାନି NCB ରେ ହାଜର ହେଲେ ଆର୍ଯ୍ୟନ

author img

By

Published : Nov 5, 2021, 1:22 PM IST

ମୁମ୍ବାଇ: NCBରେ ହାଜର ହେଲେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି(ଶୁକ୍ରବାର) NCB ରେ ହାଜର ହୋଇଛନ୍ତି ଆର୍ଯ୍ୟନ । ଜାମିନ ପରେ ମଧ୍ୟ ଆର୍ଯ୍ୟନଙ୍କ ପାଇଁ ଅନେକ କଟକଣା ରଖିଛନ୍ତି କୋର୍ଟ । ଏହି କଟକଣା ମଧ୍ୟରୁ ପ୍ରତି ଶୁକ୍ରବାର ଆର୍ଯ୍ୟନଙ୍କୁ NCB ରେ ହାଜର ହେବାକୁ ନର୍ଦ୍ଦେଶ ଦେଇଥିଲେ କୋର୍ଟ ।

ତେବେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ହାଜର ହୋଇଛନ୍ତି ଆର୍ଯ୍ୟନ । ସୂଚନା ଅନୁଯାୟୀ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଗିରଫ ହୋଇ ଜେଲରେ ଥିଲେ । ତିନ-ତିନି ଥର ତାଙ୍କ ଜାମିନ ଆବେଦନ ଖାରଜ ହେବାପରେ ସେ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଗତ 26 ରୁ 3 ଦିନ ମାରାଥନ ଶୁଣାଣି ପରେ ଶେଷରେ 29 ରେ ଆର୍ଯ୍ୟନଙ୍କୁ ଜାମିନ ଦେଇଥିଲେ କୋର୍ଟ । ମାତ୍ର କୋର୍ଟଙ୍କ ସର୍ତ୍ତମୂଳକ ଜାମିନ ମଧ୍ୟରୁ ଆର୍ଯ୍ୟନ ପ୍ରତି ଶୁକ୍ରବାର ଦିନ 11 ରୁ 2ଟା ମଧ୍ୟରେ ଏନସିବି କାର୍ଯ୍ୟାଳୟରେ ହାଜର ହେବେ ।

ତେବେ ଆର୍ଯ୍ୟନଙ୍କ ସହ ତାଙ୍କ ବନ୍ଧୁ ଅରବାଜ ଏବଂ ମୁନମୁନଙ୍କୁ ମଧ୍ୟ ସେହିଦିନ ଜାମିନ ଦେଇଛନ୍ତି କୋର୍ଟ । ଏମାନେ ସମସ୍ତେ ଅକ୍ଟୋବର 2 ତାରିଖରେ ଗୋଆ ଯାଉଥିବା ଏକ କ୍ରୁଜ ପାର୍ଟିରେ ବେଆଇନ ନିଶା ସେବନ ଏବଂ କାରବାର ପାଇଁ ଯୋଜନା କରିବା ଅଭିଯୋଗରେ ପ୍ରଥମେ ଅଟକ ରହିବା ପରେ ଗିରଫ ହୋଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.