ETV Bharat / sitara

ଆର୍ଟିକଲ 370କୁ ନେଇ ଶାହିଦଙ୍କୁ ପାଗଳାମୀ, ଭିଡିଓ ଭାଇରାଲ

author img

By

Published : Aug 8, 2019, 2:42 PM IST

ସୋସିଆଲ ମିଡିଆରେ ଘୁରିବୁଲୁଛି ଶାହିଦଙ୍କ ଏକ ଭିଡିଓ । ଯାହାକୁ ନେଇ ଚର୍ଚ୍ଚାରେ ଶାହିଦ । ଭିଡିଓରେ ଆର୍ଟିକଲ 370 ଉପରେ ଦେଖିବାକୁ ମିଳୁଛି ଶାହିଦଙ୍କ ପ୍ରତିକ୍ରିୟା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶାହିଦ କପୁର

ମୁମ୍ବାଇ: ଭାରତୀୟ ସରକାରଙ୍କ ପକ୍ଷରୁ ଜାମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦ ହେବା ପରେ ସମଗ୍ର ଦେଶରେ ଏହାକୁ ସ୍ୱାଗତ କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିରେ ଜନସାଧାରଣଙ୍କ ଠାରୁ ନେଇ ସେଲିବ୍ରିଟି ମଧ୍ୟ ସୋସିଆଲ ମିଡିଆରେ ନିଜ ଖୁସି ଜାହିର କରିଛନ୍ତି । ଆଉ ନିଜ ନିଜ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେବାରେ ଲାଗିଛନ୍ତି ।

ବର୍ତ୍ତମାନ ଏ ପ୍ରସଙ୍ଗ ସମଗ୍ର ଦେଶରେ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି । ଏହା ମଧ୍ୟରେ ସୋସିଆଲ ମିଡିଆରେ ଏବେ କ୍ୟୁଟ ଅଭିନେତା ଶାହିଦ କପୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତାଙ୍କ ଫିଲ୍ମ ‘ହାଇଦର’ର ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆ ୟୁଜର୍ସଙ୍କୁ ଆକର୍ଷିତ କରିଛି ।

ଭିଡିଓ ସୌଜନ୍ୟ: ଟ୍ବିଟର@ଶାହିଦ କପୁର ଫ୍ୟାନକ୍ଲବ

‘ହାଇଦର’ ଫିଲ୍ମଟି କାଶ୍ମୀରର ପୃଷ୍ଟଭୂମି ଉପରେ ଆଧାରିତ । ଫିଲ୍ମରେ କାଶ୍ମୀର ବାସୀଙ୍କ ଜବନ କାହାଣୀ ଦେଖିବାକୁ ମିଳିଥିଲା । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶାହିଦଙ୍କ ଏହି ଭିଡିଓରେ ସେ ପାକିସ୍ତାନ ଓ ଭାରତର ବିଭାଜନ ଏବଂ 370 ଧାରା ଉପରେ କଥାବାର୍ତ୍ତା କରୁଥିବାର ନଜର ଆସୁଛନ୍ତି । ଆଉ କହୁଛନ୍ତି ପାକିସ୍ତାନ ଓ ଭାରତ ନିଜ ନିଜ ନିଷ୍ପତ୍ତି ଶୁଣାଇ ଦେଲେ କିନ୍ତୁ ଆମ କାଶ୍ମୀରବାସୀଙ୍କ ଇଚ୍ଛା ବିଷୟରେ କେହି ପଚାରିଲେ ନାହିଁ । କାଶ୍ମୀର ବାସୀଙ୍କ ଇଚ୍ଛା ହେଲା ସ୍ବାଧୀନତା ଆଉ କେବଳ ସ୍ବାଧୀନତା ।

ଯଦି ଶାହିଦଙ୍କ ଫିଲ୍ମ ବିଷୟରେ କଥା ହେବା ତେବେ ନିକଟରେ ରିଲିଜ ହୋଇଥିବା ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କବୀର ସିଂ’ ବିଶ୍ବସ୍ତରରେ 350 କୋଟି ଆୟ କରିବାରେ ସଫଳ ହୋଇଛି । ଏହାସହ ଫିଲ୍ମଟି ଏବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି । ଫିଲ୍ମରେ ଶାହିଦଙ୍କ ସହ ଅଭିନେତ୍ରୀ କିୟାରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ରୋମାଣ୍ଟିକ କାହାଣୀକୁ ନେଇ କବୀର ସିଂ ଆଧାରିତ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.