ETV Bharat / sitara

କୋରୋନା ଭାଇରସ ଉପରେ ଅର୍ଶଦଙ୍କ ମିମି, ଟ୍ରୋଲ କଲେ ୟୁଜର୍ସ

author img

By

Published : Feb 4, 2020, 8:15 PM IST

ପୁଣି ସୋସିଆଲ ମିଡିଆରେ ନିଜ ମସ୍ତିଭରା ଅନ୍ଦାଜ ପାଇଁ ଟ୍ରୋଲ ହେଲେ ଅର୍ଶଦ ୱାର୍ସୀ । ଏଥର ସେ କୋରୋନା ଭାଇରସ ଉପରେ ଏକ ମିମି ତିଆରି କରି ଚର୍ଚ୍ଚାରେ ।

arshad warsi
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଶଦ ୱାରସୀ

ମୁମ୍ବାଇ: ବି-ଟାଉନର ସର୍କିଟ ଅର୍ଶଦ ୱାର୍ସୀ ସବୁବେଳେ ଫନି ଅବତାରରେ ନଜର ଆସନ୍ତି । ସେ କେବଳ ଫିଲ୍ମରେ ନୁହେଁ ବାସ୍ତବ ଜୀବନରେ ମଧ୍ୟ ଖୁବ୍ ହସକୁରା । ହେଲେ ଏହି ମସ୍ତି ଅନ୍ଦାଜ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ହଟ ହଟା ହେବାକୁ ପଡିଛି । ଦେଶରେ କୋରୋନା ଭାଇରସକୁ ନେଇ ଜନସାଧାରଣ ଭୟଭୀତ ଥିବା ବେଳେ ଅର୍ଶଦ ସୋସିଆଲ ମିଡିଆରେ ଏହାର ମିମି ତିଆରି କରି ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି ।

ସେ ନିଜ ଅଭିନୀତ ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ’ ଏକ ସିନର ମିମି ସେୟାର କରିଛନ୍ତି । ଯେଉଁଥିରେ ଫିଲ୍ମର ସେହି ସିନକୁ ଦେଖିବାକୁ ମିଳୁଛି ଯେବେ ଅର୍ଶଦ ଜଣେ ଚୀନ ଟୁରିଷ୍ଟକୁ ବୋକା ବନାଇ ଏକ ବସ୍ତାରେ ବନ୍ଦ କରିଛନ୍ତି । ପରେ ସେହି ବ୍ୟକ୍ତିଙ୍କୁ ସଞ୍ଜୟ ଦତ୍ତଙ୍କ ସାମ୍ନାରେ ଡେଡ୍‌ ବଡି ରୂପେ ରଖୁଛନ୍ତି । ବର୍ତ୍ତମାନ ଏହାକୁ ଆଧାର କରି କିଛି ୟୁଜର୍ସ ଖୁବ୍ ରାଗିଯାଇଛନ୍ତି । ଆଉ ତାଙ୍କୁ ଟ୍ରୋଲ କରିଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅର୍ଶଦ ୱାରସୀ

ପ୍ରକାଶ ଥାଉକି ଚୀନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଭୟ ବର୍ତ୍ତମାନ ଭାରତରେ ଦେଖିବାକୁ ମିଳୁଛି । ଏଯାବତ ଏହି ଭାଇରସରେ ଆକ୍ରାନ୍ତ କିଛି ଲୋକଙ୍କୁ ଚିହ୍ନଟ ମଧ୍ୟ କରାସରିଲାଣି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.