ହାଇଦ୍ରାବାଦ: ବଲିଉଡରେ ଏବେ ଭିକି କୌଶଲଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । କିଛି ବର୍ଷ ହେବ ବଲିଉଡରେ ନିଜର ଏକ ଅଲଗା ପରିଚୟ ଗଠନ କରିପାରିଛନ୍ତି ଭିକି । ଫିଲ୍ମ ‘ସଞ୍ଜୁ’ରେ ବନ୍ଧୁତ୍ବର ପରିଭାଷାକୁ ପରିବର୍ତ୍ତନ କରିଥିଲେ । ଏହାପରେ ‘ଉରୀ’ରେ ନିଜ ଦମଦାର ଅଭିନୟର ଯାଦୁ ଦେଖାଇଥିଲେ ।
2018ରେ ‘ରାଜି’ ଫିଲ୍ମ ପରେ ମେଘନା ଗୁଲଜାରଙ୍କ ସହ ପୁଣି କାମ କରୁଛନ୍ତି ଭିକି । ମାର୍ସଲ ସାମ ମନେକଶାଙ୍କ ଉପରେ ନିର୍ମାଣ ହେଉଥିବା ଫିଲ୍ମରେ କାମ କରୁଛନ୍ତି । ଏଥିରେ ସେ ଜଣେ ଆର୍ମି ଅଫିସର ଭୂମିକାରେ ନଜର ଆସିବେ । ତେବେ ଫିଲ୍ମରେ ତାଙ୍କ ଲୁକକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ମେଘନା । ପ୍ରକାଶଥାଉକି, ମାର୍ସଲ ସାମ ପ୍ରଥମ ଭାରତୀୟ ଯିଏ ଫିଲ୍ମ ମାର୍ସଲର ସମ୍ମାନ ପାଇଥଲେ । 1971 ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଭାରତୀୟ ଦଳକୁ କମାଣ୍ଡ ଦେଇଥିଲେ ।
ତେବେ ‘ରାଜି’ ଫିଲ୍ମ ସମୟରେ ହିଁ ମେଘନା ଏହି ବାଓେପିକ କରିବେ ବୋଲି ମନସ୍ତ କରିନେଇଥିଲେ । ତେବେ ଆଜି(27 ଜୁନ)ମାର୍ସଲ ସାମଙ୍କର ଶ୍ରାଦ୍ଧ ଦିବସ ଅବସରରେ ଭିକି ଏହି ଲୁକକୁ ସେୟାର କରିଛନ୍ତି ।