ETV Bharat / sitara

କ୍ୟାନ୍ସର ରୋଗୀଙ୍କ ସହଯୋଗରେ ଅର୍ଜୁନ, ଆରମ୍ଭ କରିବେ ନୂଆ ଅଭିଯାନ

author img

By

Published : Sep 20, 2019, 7:53 AM IST

ସେପ୍ଟେମ୍ବର 22ରେ ପୁରା ବିଶ୍ବ ପାଳନ କରିବ ବିଶ୍ବ ଗୋଲାପ ଦିବସ । ଆଉ ଏହି ଦିନ ଅଭିନେତା ଅର୍ଜୁନ କପୁର କ୍ୟାନ୍ସର ରୋଗୀଙ୍କ ପାଇଁ ବାନ୍ଦ୍ରା-ବର୍ଲି ସି ଲିଙ୍କ ପୁଲକୁ ଗୋଲାପି ରଙ୍ଗରେ ସଜାଇବେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଜୁନ କପୁର

ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ଅର୍ଜୁନ କପୁର ସବୁବେଳେ ନିଜ ଲଭଲାଇଫକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଇତିମଧ୍ୟରେ ସେ ଏମିତି ଏକ କାମ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ । ସେ କ୍ୟାନ୍ସର ରୋଗୀଙ୍କ ପ୍ରତି ନିଜ ସମର୍ଥନ ପ୍ରକାଶ କରିବା ପାଇଁ ବାନ୍ଦ୍ରା-ବର୍ଲି ସି ଲିଙ୍କ ପୁଲରେ ଲାଲ ରଙ୍ଗର ଲାଇଟିଂ କରିବେ।

ଏହି ଅବସରରେ ଅର୍ଜୁନ କହିଛନ୍ତି ଯେ ଏହି ମାରାତ୍ମକ ରୋଗ ବିଷୟରେ ସଚେତନା ଆଣିବା ପାଇଁ ତାଙ୍କୁ ଯାହା କିଛି କରିବାକୁ ପଡିବ ସେ କରିବେ। ସେପ୍ଟେମ୍ବର 22ରେ ୱାର୍ଲ୍ଡ ରୋଜ ଡେ ତଥା ବିଶ୍ବ ଗୋଲାପ ଦିବସ । ଯାହାକୁ ବିଶ୍ବର କ୍ୟାନ୍ସର ରୋଗୀଙ୍କ ମୁଖରେ ହସ ଆଣିବାକୁ ପାଳନ କରାଯାଇ । ସେହି ଦିନ ବାନ୍ଦ୍ରା-ବର୍ଲି ସି ଲଙ୍କ ପୁଲକୁ ଲାଲ ରଙ୍ଗରେ ପ୍ରକାଶିତ କରି ଅର୍ଜୁନ କ୍ୟାନ୍ସର ରୋଗୀଙ୍କ ପ୍ରତି ନିଜର ସମର୍ଥନ ପ୍ରକାଶ କରିବେ।

ପ୍ରକାଶ ଥାଉକି ଏହି ସାମଜିକ ଅଭିଯାନ ଅର୍ଜୁନଙ୍କ ପାଇଁ ଖୁବ୍ ମହତ୍ତ୍ୱ ରଖୁଛି । କାରଣ ତାଙ୍କ ମାଆ ମୋନା କପୁରଙ୍କ ମୃତ୍ୟୁ ମଧ୍ୟ କ୍ୟାନ୍ସର ପାଇଁ ହୋଇଥିଲା। ଏହା ଏମିତି ଏକ ପ୍ରସଙ୍ଗ ଯାହା ତାଙ୍କ ବ୍ୟକ୍ତିଗତ କାରଣକୁ ନେଇ ତାଙ୍କ ହୃଦୟରେ ସର୍ବଦା ରହିଅଛି । କ୍ୟାନ୍ସର ପ୍ରତି ସଚେତନା କରିବାକୁ ଯାହା ଆବଶ୍ୟକ ସେ କରିବେ। ଏହି ରୋଗୀଙ୍କ ସମର୍ଥନରେ ସାମ୍ନାକୁ ଆସନ୍ତୁ ଆଉ ରୋଗ ସହ ଲଢିବା ପାଇଁ ତାଙ୍କ ସାହସ ବଢାନ୍ତୁ ବୋଲି କହିଛନ୍ତି ଅର୍ଜୁନ।

ଖାଲି ଏତିକି ନୁହେଁ ଏହି କାର୍ଯ୍ୟ ପାଇଁ ଅର୍ଜୁନ କ୍ୟାନ୍ସର ପେସେଣ୍ଟ ଆଣ୍ଡ ଆସୋସିଏସନ ସହ ସମ୍ପୃକ୍ତ ହୋଇଛନ୍ତି । ଆଉ ଏହି ଅବସରରେ ଯେଉଁ କ୍ୟାନ୍ସର ପିଲା ସାମିଲ ହେବ ଅର୍ଜୁନ ତାଙ୍କୁ ଗୋଲାପ ଫୁଲ ସହ ଉପହାର ମଧ୍ୟ ଦେବେ । ସବୁ ବର୍ଷ ୱର୍ଲ୍ଡ ଡେ 12 ବର୍ଷିୟ ମେଲିଣ୍ଡା ରୋଜଙ୍କ ସ୍ମରଣରେ ପାଳନ କରାଯାଏ। କାନାଡାରେ ରହୁଥିବା ମେଲିଣ୍ଡା ବ୍ଲଡ କ୍ୟାନ୍ସରରେ ପୀଡିତ ଥିଲେ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.