ETV Bharat / sitara

ସବୁ ପରିବର୍ତ୍ତନ ହୋଇଛି, ସମୟ ସହ ତାଳ ଦେଇ ଚାଲିବାକୁ ପଡିବ...

ଅର୍ଜୁନ କପୁର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଠି ଆମ ସମସ୍ତଙ୍କୁ ପୁଣିଥରେ ନିଜ ଜୀବନକୁ ପରିବର୍ତ୍ତନର ଧାରା ସହ ପୁଣି ଆରମ୍ଭ କରିବାକୁ ପଡିବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

arjun kapoor says every one of us will have to adjust to new normal
'ଆମ ସମସ୍ତଙ୍କୁ ପୁଣିଥରେ ନିଜ ଜୀବନକୁ ସଜାଡିକି ଆରମ୍ଭ କରିବାକୁ ପଡିବ'
author img

By

Published : Jul 12, 2020, 6:45 AM IST

ମୁମ୍ବାଇ: ଅଭିନେତା ଅର୍ଜୁନ କପୁର ପ୍ରାୟ ଚାରି ମାସ ପରେ ସୁଟିଂ ସେଟକୁ ଫେରିଛନ୍ତି । ଅର୍ଜୁନ କହିଛନ୍ତି ଯେ ଆମ ସମସ୍ତଙ୍କୁ ଏହି ନୂତନ ନିୟମ ସହିତ ଗତି କରିବାକୁ ପଡିବ ।

ଅର୍ଜୁନ କହିଛନ୍ତି, ମୁଁ 4 ମାସ ପରେ ସୁଟିଂ ସେଟକୁ ଫେରିଛି । ପ୍ରାରମ୍ଭରେ ମୁଁ ଏହି ପରିସ୍ଥିତିକୁ ନେଇ ଟିକେ ବିରକ୍ତ ହୋଇଥିଲି, କିନ୍ତୁ ସେଟରେ ଥିବା ସମସ୍ତ ସୁରକ୍ଷା ବ୍ୟବସ୍ଥା ଦେଖିବା ପରେ ମୁଁ ନିଶ୍ଚିତ ଅଟେ । ମୁଁ ଭାବୁଛି ଆମ ସମସ୍ତଙ୍କୁ ଏହି ନୂତନ ସାଧାରଣ ଜୀବନ ସହିତ ଗତି କରିବାକୁ ପଡିବ ଏବଂ ଧୀରେ ଧୀରେ ଆମ ଜୀବନକୁ ପୁନଃ ଆରମ୍ଭ କରିବା ଆବଶ୍ୟକ ।

ବର୍ତ୍ତମାନ କିଛି ଜିନିଷ ସବୁଦିନ ପାଇଁ ବଦଳି ଯାଇଛି ତେଣୁ ଆମକୁ ମଧ୍ୟ ଆମ ଜୀବନ ଶୈଳୀକୁ ପରିବର୍ତ୍ତନ କରିବାକୁ ପଡିବ । ସେଥିପାଇଁ ସମସ୍ତେ ସେମାନଙ୍କ ଆଖପାଖର ପରିବେଶକୁ ସୁରକ୍ଷିତ କରିବା ଉଚିତ୍ ।

'ପାନିପତ' ଅଭିନେତା କହିଛନ୍ତି ସୁଟିଂ ସେଟ୍ ରେ କାମ ଆରମ୍ଭ କରିବାକୁ ଅତ୍ୟନ୍ତ ଭଲ ଲାଗେ ଏବଂ ମୁଁ ମୋର ପରବର୍ତ୍ତୀ ସୁଟିଂକୁ ଅପେକ୍ଷା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.