ETV Bharat / sitara

ମଲାଇକାଙ୍କୁ କାହିଁକି ପସନ୍ଦ କରନ୍ତି ଅର୍ଜୁନ ? ଜାଣନ୍ତୁ...

ମଲାଇକାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ତାଙ୍କ ପୁରୁଷ ବନ୍ଧୁ ଅର୍ଜୁନ କପୁର। ବଲିଉଡରେ ଏହି ଯୋଡ଼ି ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଉଭୟଙ୍କୁ ବିଭିନ୍ନ ଉତ୍ସବ ବା ଅନ୍ୟ ସମୟରେ ଏକାଠୀ ଦେଖିବାକୁ ମିଳେ। ଅଧିକ ପଢ଼ନ୍ତୁ...

author img

By

Published : Apr 26, 2021, 8:56 PM IST

ମଲାଇକାଙ୍କୁ କାହିଁକି ପସନ୍ଦ କରନ୍ତି ଅର୍ଜୁନ ? ଜାଣନ୍ତୁ...
ମଲାଇକାଙ୍କୁ କାହିଁକି ପସନ୍ଦ କରନ୍ତି ଅର୍ଜୁନ ? ଜାଣନ୍ତୁ...

ମୁମ୍ବାଇ: ମଲାଇକାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ତାଙ୍କ ପୁରୁଷ ବନ୍ଧୁ ଅର୍ଜୁନ କପୁର। ବଲିଉଡରେ ଏହି ଯୋଡ଼ି ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଉଭୟଙ୍କୁ ବିଭିନ୍ନ ଉତ୍ସବ ବା ଅନ୍ୟ ସମୟରେ ଏକାଠି ଦେଖିବାକୁ ମିଳେ। ତେବେ କାହିଁକି ଅର୍ଜୁନ କପୁର ମଲାଇକାଙ୍କୁ ଏତେ ପସନ୍ଦ କରନ୍ତି ? ତାହାର ଉତ୍ତର ଦେଇଛନ୍ତି ଖୋଦ ଅର୍ଜୁନ କପୁର। ଏକ ୱେବଲୋଏଡରେ ସାନ ଭଉଣୀ ଅଂଶୁଲା କପୁରଙ୍କ ସହ ସାକ୍ଷାତକାର ବେଳେ ଏହାର ଉତ୍ତର ରଖିଛନ୍ତି ଅର୍ଜୁନ କପୁର।

ଏହି ସାକ୍ଷାତକାରରେ ଅର୍ଜୁନ କହିଛନ୍ତି ଯେ, "ମଲାଇକାଙ୍କ ଭିତରେ ସବୁଠାରୁ ଭଲ ଗୁଣ ହେଲା ସେ ନିଜକୁ ବହୁ ସମ୍ମାନ କରନ୍ତି। ତାଙ୍କ ଭିତରେ ଥିବା ଏହି ଗୁଣ ମୋତେ ଭଲ ଲାଗେ। 20 ବର୍ଷ ବୟସରୁ ଆଜି ପର୍ଯ୍ୟନ୍ତ ଜଣେ ସ୍ବାଧୀନ ମହିଳା ଭାବରେ ସେ ନିଜ ଜୀବନ ଅତିବାହିତ କରି ଆସିଛନ୍ତି । ତାଙ୍କ କଥା କହିବା ଶୈଳୀ ଓ ସେ ଯେଉଁଭଳି ଭାବରେ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନିଅନ୍ତି ତାହା ପ୍ରଶଂନୀୟ। ନିଜ ସମ୍ମାନକୁ ସେ ସବୁବେଳେ ଅଗ୍ରାଧିକାର ଦେଇ ଆସିଛନ୍ତି। ଏହି ସମସ୍ତ ଗୁଣ ମୁଁ ତାଙ୍କଠାରୁ ଶିଖିଥାଏ।"

କେବଳ ମଲାଇକା ନୁହେଁ ଏହି ସାକ୍ଷାତକାରେରେ ସେ ନିଜ ଦିବଙ୍ଗତ ମାଆ ମୋନା କପୁର, ଭଉଣୀ ଅଂଶୁଲା କପୁରଙ୍କ ଭଲ ଗୁଣ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ଏହାସହ ଜାନଭ୍ବୀ କପୁରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ଅର୍ଜୁନ କପୁର। ବହୁଦିନ ଧରି ରିଲେସନସିପରେ ରହି ଆସିଛନ୍ତି ମଲାଇକା ଅରୋରା ଓ ଅର୍ଜୁନ କପୁର। ଏହି ଦୁଇ ଯୋଡ଼ିଙ୍କୁ ନେଇ ବଲିଉଡରେ ଚର୍ଚ୍ଚା ଜୋର ଧରିଛି।

ବର୍ତ୍ତମାନ ସର୍ଦ୍ଦାର କା ଗ୍ରାଣ୍ଡସନ ଫିଲ୍ମରେ ମୁଖ୍ୟ ଭୁମିକାରେ ନଜର ଆସିବେ ଅର୍ଜୁନ କପୁର। ଏହି ଫିଲ୍ମରେ ତାଙ୍କ ସହ ବଲିଉଡ ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କୁ ମଧ୍ୟ ଦେଖିବାକୁ ମଳିବ। ମେ 18 ତାରିଖରେ ଏହି ଅର୍ଜୁନଙ୍କ ଏହି ଫିଲ୍ମ ସିଲଭର ସ୍କ୍ରିନରେ ରିଲିଜ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.