ହାଇଦ୍ରାବାଦ: ବୁଧବାର ବଲିଉଡର ହଟ କପଲ ଅର୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କ ବିଷୟରେ ଏକ ଗୁଜବ ଆସିଥିଲା ଯେ ଉଭୟଙ୍କ ବ୍ରେକଅପ୍ ହୋଇଛି। କପଲଙ୍କ ବ୍ରେକଅପ୍ ଖବର ସୋସିଆଲ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ ହୋଇଥିଲା। ଯେତେବେଳେ ଅର୍ଜୁନ କପୁର ଏହି ଖବର ବିଷୟରେ ଜାଣିଲେ, ସେ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଜବାବ ରଖିଥିଲେ ଏବଂ ଏହି ଗୁଜବକୁ ଅସ୍ବୀକାର କରିଥିଲେ। ବର୍ତ୍ତମାନ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଅର୍ଜୁନ-ମଲାଇକାଙ୍କ ବ୍ରେକଅପ୍ ଗୁଜବକୁ ନେଇ ମଜାକ ଉଡାଉଛନ୍ତି।

ଏପରିକି ଗୁଜବ ଉପରେ ମଲାଇକା ଅରୋରା ନିଜର ପ୍ରତିକ୍ରିୟା ରଖିଛନ୍ତି। ଅର୍ଜୁନ-ମଲାଇକାଙ୍କ ବ୍ରେକଅପ୍ ଉପରେ ଅଭିନେତ୍ରୀ ତାରା ସୂତାରିଆ, ଏଶା ଗୁପ୍ତା, ଏମି ଜ୍ୟାକସନ, ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କାଶ୍ୟପ, ସୋଫି ଚୌଧରୀ, ଆଥିଆ ସେଟ୍ଟୀ, ଭୂମି ପେଡେନକର ଏବଂ ଅମୃତା ଅରୋରା ବିଭିନ୍ନ ପ୍ରକାରର ନିଜର ପ୍ରତିକ୍ରିୟା ଇମୋଜି ସେୟାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅର୍ଜୁନ କପୁର ବୁଧବାର ନିଜ ଇନଷ୍ଟାଗ୍ରାମରେ ଗର୍ଲଫ୍ରେଣ୍ଡ ମଲାଇକା ଅରୋରାଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଏପରି ଗୁଜବ ପାଇଁ କୌଣସି ସ୍ଥାନ ନାହିଁ । ସୁରକ୍ଷିତ ରୁହନ୍ତୁ, ଖୁସିରେ ହୁଅନ୍ତୁ, ଲୋକଙ୍କ ମଙ୍ଗଳ କାମନା କରନ୍ତୁ, ସମସ୍ତଙ୍କୁ ମୋର ଭଲପାଇବା ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ