ETV Bharat / sitara

ମୋଟା ଲୋକଙ୍କୁ ଅର୍ଜୁନଙ୍କ ଟିପ୍ସ

ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ଅର୍ଜୁନ ସେୟାର କଲେ ଶରୀରର ମୋଟାପଣ ହଟାଇବା ଟିପ୍ସ । ନିଜ ପରିଶ୍ରମ ବିଷୟରେ ମଧ୍ୟ ଜଣାଇଲେ ଫ୍ୟାନ୍ସଙ୍କୁ ।

author img

By

Published : Jun 18, 2019, 8:38 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅର୍ଜୁନ କପୁର

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଅଭିନେତା ଅର୍ଜୁନ କପୁର ନିଜର ଆଗାମୀ ଫିଲ୍ମ 'ପାନିପତ'କୁ ନେଇ ଖୁବ୍ ଉତ୍ସାହିତ । ଫିଲ୍ମ ପାଇଁ ସେ ଖୁବ୍ ପରିଶ୍ରମ ମଧ୍ୟ କରିଛନ୍ତି । ଇଚିମଧ୍ୟରେ ସେ ବଡ ଖୁଲାସା କରି ଚର୍ଚ୍ଚାରେ ଆସିଛନ୍ତି । ତାଙ୍କ ପାଇଁ ସବୁଠାରୁ କଷ୍ଟଦାୟକ ଥିଲା ଶରୀର ମୋଟାପଣ ହଟାଇବା । ଏକଥା ଆମେ କହୁନାହୁଁ, ଏହି କଥାର ଖୁଲାସା ସୋସିଆଲ ମିଡିଆରେ ନିଜେ କରିଛନ୍ତି ସେ ।

ସେ ଇନଷ୍ଟାଗ୍ରାମରେ ନିଜର କିଛି ନୂଆ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଜବରଦସ୍ତ ୱାର୍କଆଉଟ କରୁଥିବାର ନଜର ଆସୁଛନ୍ତି । ଏହି ଫଟୋ ଜରିଆରେ ସେ ମୋଟାପଣର ଶିକାର ହୋଇଥିବା ଲୋକଙ୍କୁ ଅପିଲ କରିଛନ୍ତି କି ଲକ୍ଷସ୍ଥଳରେ ପହଞ୍ଚିବା ପାଇଁ ପରିଶ୍ରମ ଜାରି ରଖନ୍ତୁ ।

ଫଟୋ କ୍ୟାପସନରେ ସେ ଲେଖିଛନ୍ତି, "ମୋ ପାଇଁ ମୋଟାପଣ ବିରୋଧରେ ଲଢିବା ଖୁବ୍ କଷ୍ଟଦାୟକ ଥିଲା । ଯାହାକୁ ମୁଁ ପିଲା ବେଳୁ ଲଢିଆସୁଥିଲି । ସବୁ ସମୟରେ ସଂଘର୍ଷ ଚାଲିଥାଏ । ମୋର ମଧ୍ୟ ସଂଘର୍ଷ ଅଛି ଏବଂ ଚାଲିଛି ।"

"କିନ୍ତୁ ଜୀବନରେ ଅନେକ ଥରେ ଆମେ ତଳେ ପଡିଯାଇଛେ, ଆମେ ଉଠୁଛେ ଏବଂ ପୁଣି ଚେଷ୍ଟା କରୁଛେ । ପ୍ରୟାସ ଆଜି ନୁହେଁ ତେବେ, ଗୋଟିଏ ସପ୍ତାହ, ଗୋଟିଏ ମାସ କିମ୍ବା ଗୋଟିଏ ବର୍ଷ ପରେ ନିହାତି କଷ୍ଟ କରିଥିବା ଫଳ ମିଳିବ ଆପଣଙ୍କୁ" ବୋଲି ଲେଖିଛନ୍ତି ଅର୍ଜୁନ ।

ପ୍ରକାଶ ଥାଉକି 20 ବର୍ଷ ବୟସରେ ସେ ତିନି ବର୍ଷର ପ୍ରୟାସ କରିବାର ସଂକଳ୍ପ ନେଇ ଶେଷରେ 50 କେଜି କିଲୋଗ୍ରାମ ଶରୀରର ଓଜନ କମ କରିବାରେ ସଫଳ ହୋଇଥିଲେ ।

Intro:Body:

gggggggggggggggg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.