ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଲଭବାର୍ଡଙ୍କ ମଧ୍ୟରେ ଅନ୍ୟତମ ମଲାଇକା ଅରୋରା ଓ ଅର୍ଜୁନ କପୁର । ଦୁଇ ଜଣ ବର୍ତ୍ତମାନ ସମୟରେ ମାଳଦ୍ବୀପରେ ଛୁଟି କାଟିବାରେ ଖୁବ୍ ବ୍ୟସ୍ତ । ମଲାଇକା ନିଜ ବୟଫ୍ରେଣ୍ଡ ଅର୍ଜୁନଙ୍କ ଜନ୍ମଦିନ ପାଳନ କରିବାକୁ ମାଳଦ୍ବୀପ ଯାଇଥିଲେ । ଯେଉଁଠାରୁ ଦୁଇଜଣଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
ସବୁବେଳେ ନିଜ ରିଲେସନଶିପକୁ ନେଇ ମୌନ ବ୍ରତ ପାଳନ କରୁଥିବାର ଏହି ଯୋଡିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅର୍ଜୁନ ସୋସିଆଲ ମିଡିଆ ଜରିଆରେ ଏବେ ନିଜ ପ୍ରେମ ଜାହିର କରିଛନ୍ତି ।
ଆଜ୍ଞା ହଁ, କଥାଟି ହେଲା କି ମଲାଇକା ନିକଟରେ ଇନଷ୍ଟାରେ ଗୋଟିଏ ଫଟୋ ସେୟାର କରିଥିଲେ । ଯାହାର କମେଣ୍ଟ ବକ୍ସରେ ଅର୍ଜୁନଙ୍କ କମେଣ୍ଟ ଦେଖିବାକୁ ମିଳୁଛି । ଅନ୍ୟପଟେ ଅର୍ଜୁନ ନିଜ ଇନଷ୍ଟାଗ୍ରାମରେ ମଲାଇକାଙ୍କର ଗୋଟିଏ ଫଟୋ ସେୟାର କରିଛନ୍ତି । ଆଉ ଫଟୋଟିରେ ଲେଖିଛନ୍ତି, ସେ ମୋ ହୃଦୟ ।
ଅର୍ଜୁନଙ୍କ ଏପରି ଲେଖାରୁ ଜଣାପଡିଯାଇଛି ଯେ ସେ ମଲାଇକାଙ୍କ ପ୍ରେମରେ ପାଗଳ ହୋଇସାରିଲେଣି । ନିଜ ହୃଦୟ ସେ ମଲାଇଙ୍କୁ ସମ୍ଭାଳିବାକୁ ଦେଇଛନ୍ତି । ପୂର୍ବରୁ ଭାଇରାଲ ହୋଇଥିବା କିଛି ଫଟୋରେ ପ୍ରଥମଥର ଦେଖିବାକୁ ମିଳିଥିଲା ସର୍ବଜନୀନ ସ୍ଥାନରେ ମଲାଇକା ଅର୍ଜୁନଙ୍କ ହାତ ଧରିଥିବାର । ଯାହାକୁ ନେଇ ଫ୍ୟାନ୍ସ ମଧ୍ୟ ଜାଣି ସାରିଲେଣି ଦୁଇ ଜଣଙ୍କ ମଧ୍ୟରେ ବହୁତ କିଛି ଅଛି ।