ETV Bharat / sitara

କ୍ୟାଟଙ୍କୁ କାନ୍ତାବେନ 2.0 କହିଲେ ଅର୍ଜୁନ

author img

By

Published : Mar 25, 2020, 12:13 PM IST

ବର୍ତ୍ତମାନ ଭାଇରାଲ ହେଉଥିବା କ୍ୟାଟ୍ରିନା କୈଫଙ୍କ ବାସନ ସଫା ଭିଡିଓ ଉପରେ ଅର୍ଜୁନ କପୁରଙ୍କ ମଜାଦାର କମେଣ୍ଟ। ତାଙ୍କ ଘରେ କାମ କରିବାକୁ କଲେ ନିମନ୍ତ୍ରଣ।

arjun kapoor
ଡିଜାଇନ ଫଟୋ

ମୁମ୍ବାଇ: କୋରୋନା ଭାଇରସ ସତର୍କତା ପାଇଁ ବଲିଉଡ ଷ୍ଟାର୍ସ ବର୍ତ୍ତମାନ ନିଜ ନିଜ ଘରେ ସମୟ ବିତାଉଛନ୍ତି। କିଛି ସେଲିବ୍ରିଟି ଘରେ ପେଣ୍ଟିଂ କରି ସମୟ କାଟୁଥିବା ବେଳେ ଆଉ କିଛି ନିଜ ନିଜ ଘର କାମ କରୁଥିବାର ନଜର ଆସୁଛନ୍ତି। ବର୍ତ୍ତମାନ ଘରେ କାମ କରୁଥିବା କିଛି ଷ୍ଟାର୍ସଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଏହି କ୍ରମରେ ସାମିଲ ଅଛନ୍ତି ସେକ୍ସୀ କ୍ୟାଟ୍ରିନା କୈଫ। ସେ ଘରେ ବାସନ ସଫା କରୁଥିବାର ଏକ ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି ଫ୍ୟାନ୍ସ। ଏହାସହ ସେ ଭିଡିଓରେ ନିଜ ସାନ ଭଉଣୀ ଇସାବେଲ କୈଫଙ୍କୁ ବାସନ ସଫା କରିବାର ଟିପ୍ସ ମଧ୍ୟ ଦେଇଛନ୍ତି।

ହେଲେ ତାଙ୍କ ଏହି ଭିଡିଓ ଉପରେ ଶତ୍ରୁରୁ ବନ୍ଧୁ ସାଜିଥିବା ଅଭିନେତା ଅର୍ଜୁନ କପୁର ମଜାଦାର କମେଣ୍ଟ କରି ଚର୍ଚ୍ଚାରେ ଆସିଛନ୍ତି। ସେ କ୍ୟାଟଙ୍କୁ କାନ୍ତାବେନ 2.0 କହିଛନ୍ତି । ଖାଲି ଏତିକି ନୁହେଁ ଅର୍ଜୁନ ଏହାସହ ତାଙ୍କ ଘରେ କାମ କରିବାକୁ କ୍ୟାଟଙ୍କୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି।

ପ୍ରକାଶ ଥାଉକି ସେଲ୍ଫ ଆଇସୋଲେସନରେ ଥିବା କ୍ୟାଟଙ୍କ ମେଡ ନଆସିବାରୁ ଘରର ବାସନ ସଫା କରିଥିଲେ । ଯାହାର ଏକ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଥିଲେ ଘରେ ସେ ବାସନ ସଫା କରୁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.