ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ବର୍ତ୍ତମାନ ନିଜ ବହୁପ୍ରିକ୍ଷିତ ଫିଲ୍ମ ‘ପାନିପଥ’କୁ ନେଇ ଚର୍ଚ୍ଚାରେ । ଗତ ମଙ୍ଗଳବାର ଫିଲ୍ମର ଲୋମହର୍ଷଣକାରୀ ଟ୍ରେଲର ରିଲିଜ କରି ମେକର୍ସ ଦର୍ଶକଙ୍କ ଉତ୍ସାହ ବଢାଇ ଦେଇଛନ୍ତି। ଡିସେମ୍ବର 6ରେ ପରଦାରେ ଦର୍ଶକ ଦେଖିବେ ଇତିହାସର ପ୍ରଳୟଙ୍କାରୀ ଯୁଦ୍ଧ ପାନିପଥ ତୃତୀୟ କାହାଣୀ । ଯେଉଁଥିରେ ଅର୍ଜୁନ ମରାଠା ସେନା ସଦାଶିବ ରାଓ ହୋଇ ଦିଲ୍ଲୀ ସୁଲତାନ ଅହମ୍ମଦ ଶାହ ଅବଦ୍ଦାଲି ସହ ଲଢୁଥିବାର ନଜର ଆସିବେ । ଇତିମଧ୍ୟରେ ଅର୍ଜୁନଙ୍କ ଆଗାମୀ ଫିଲ୍ମର ଘୋଷଣା ହୋଇଯାଇଛି । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ ।
ପ୍ରଥମଥର ଅର୍ଜୁନ ସୁନ୍ଦରୀ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ସହ ପରଦାରେ ରୋମାନ୍ସ କରୁଥିବାର ନଜର ଆସିବେ। ଏହାର ସୂଚନା ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟରରେ ରକୁଲ ଓ ଅର୍ଜୁନଙ୍କ ଏକ ଫଟୋ ସେୟାର କରି ଦେଇଛନ୍ତି।
ଫଟୋ କ୍ୟାପସନରେ ତରଣ ଲେଖିଛନ୍ତି, ‘ଖୁବଶୀଘ୍ର ଅର୍ଜୁନ ଓ ରକୁଲ ଏକାଠି ଗୋଟିଏ ଫିଲ୍ମରେ ନଜର ଆସିବେ। ହେଲେ ଏଯାବତ ଫିଲ୍ମର ଟାଇଟର ସ୍ଥିର ହୋଇନାହିଁ । ଯାହାର ନିର୍ଦ୍ଦେଶନା କରିବେ କାଶଭୀ ନାୟର । ସେହିପରି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇବେ ଭୂଷଣ କମାର, କ୍ରିଷ୍ଣ କୁମାର, ମୋନିସ ଆଡଭାନୀ, ମଧୁ ବୋଜୱାନି, ନିକିଲ ଆଡଭାନୀ ଓ ଜନ ଅବ୍ରାହମ। ଏହି ଫିଲ୍ମର ସୁଟିଂ ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି। ’