ETV Bharat / sitara

ପ୍ରଥମ ଥର ଗାର୍ଲଫ୍ରେଣ୍ଡଙ୍କ ଫଟୋ ସେୟାର କଲେ ଅରବାଜ

author img

By

Published : May 13, 2019, 10:50 PM IST

ସବୁବେଳେ ମିଡିଆ ସାମ୍ନାରୁ ନିଜ ଗାର୍ଲଫ୍ରେଣ୍ଡକୁ ଲୁଚାଇ ରଖୁଥିବା ଅଭିନେତା ଅରବାଜ ଖାନ ଏବେ ଗାର୍ଲଫ୍ରେଣ୍ଡଙ୍କୁ ସାମ୍ନାକୁ ଆଣିଛନ୍ତି । ଦେଖନ୍ତୁ ଭିଡିଓ...

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅରବାଜ ଖାନ

ମୁମ୍ବାଇ: ଅଭିନେତା ତଥା ସଲମାନ ଖାନଙ୍କ ସାନ ଭାଇ ଅରବାଜ ଖାନ ପୁଣି ଥରେ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ । ସେ ବିଦେଶୀ ମଡେଲ ଜର୍ଜିୟା ଏଣ୍ଡ୍ରିୟାନୀଙ୍କୁ ଦୀର୍ଘ ସମୟରୁ ଡେଟ କରିଆସୁଛନ୍ତି । କିନ୍ତୁ ସବୁବେଳେ ମିଡିଆ ଠାରୁ ନିଜ ଗାର୍ଲଫ୍ରେଣ୍ଡଙ୍କୁ ଦୂରେଇ ରଖୁଥିବା ଅରଜାବ ଏଥର ଏମିତି କିଛି କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆଜ୍ଞା ହଁ, ସେ ସୋସିଆଲ ମିଡିଆରେ ପ୍ରଥମଥର ଜର୍ଜିୟାଙ୍କ ଡାନ୍ସ ଭିଡିଓ ସେୟାର କରିଛନ୍ତି ଅରବାଜ । ଭିଡିଓଟିକୁ ଅରବାଜଙ୍କ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି । ଏହାସହ ଫ୍ୟାନ୍ସ ଜର୍ଜିୟାଙ୍କ ଭିଡିଓଟିକୁ ସେୟାର କରିବାରେ ଲାଗିଛନ୍ତି । ଏପରିକି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପ୍ରକାଶ ଥାଉକି ଭିଡିଓରେ ଦୀପିକା ପାଦୁକୋନଙ୍କ ଫିଲ୍ମ 'ବାଜିରାଓ ମସ୍ତାନୀ' ଲୋକପ୍ରିୟ 'ମୋହେ ରଙ୍ଗ ଦୋ ଲାଲା'ରେ ଜର୍ଜିୟା ଜବରଦସ୍ତ ଠୁମକା ଲଗାଇଥିବାର ଦେଖିବାକୁ ମିଳୁଛି । ଏହାସହ ସେ କ୍ଲାସିକାଲ ଡାନ୍ସ ମଧ୍ୟ କରୁଛନ୍ତି । ବିଦେଶୀ ଝିଅର ଏହି ଦେଶୀ ଲୁକକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି । ସେ ଦୀର୍ଘ ସମୟରୁ ଭାରତରେ ରହି ଆସୁଛନ୍ତି । ଖାଲିଏତିକି ନୁହେଁ ସେ ଭାରତୀୟ କ୍ଲାସିକାଲ ଡାନ୍ସର ଟ୍ରେନିଂ ମଧ୍ୟ ନେଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.