ETV Bharat / sitara

ମୋ କାମ ଦ୍ୱାରା ମତେ ପରିଚୟ ମିଳିବା ଗୁରୁତ୍ୱପୂର୍ଣ୍ଣ: ଅନୁଷ୍କା - ମୋ କାମ ଦ୍ୱାରା ମତେ ପରିଚୟ ମିଳିବା ଗୁରୁତ୍ୱପୂର୍ଣ୍ଣ ଅଟେ

ଅନୁଷ୍କା ଶର୍ମା କହିଛନ୍ତି, ମୋ କାମ ଦ୍ୱାରା ମତେ ପରିଚୟ ମିଳିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ସେ ବିଭିନ୍ନ ପ୍ରକାରର କାହାଣୀ ଉପରେ କାମ କରିବାକୁ ଚାହୁଁଛନ୍ତି । ଅଧିକ ପଢନ୍ତୁ...

anushka sharma says it of prime importance to me i am known for my work
ମୋ କାମ ଦ୍ୱାରା ମତେ ପରିଚୟ ମିଳିବା ଗୁରୁତ୍ୱପୂର୍ଣ୍ଣ ଅଟେ : ଅନୁଷ୍କା ଶର୍ମା
author img

By

Published : Jun 9, 2020, 8:54 PM IST

ମୁମ୍ବାଇ: ବଲିଉଡରେ ଅନୁଷ୍କା ଶର୍ମା ଜଣେ ଜଣାଶୁଣା ଅଭିନେତ୍ରୀ । ତାଙ୍କ କାମ ଯୋଗୁଁ ଦର୍ଶକ ତାଙ୍କୁ ଚିହ୍ନନ୍ତି, ଏହା ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ଅନୁଷ୍କା ଏକ ସାକ୍ଷାତକାରରେ କହିଛନ୍ତି, ମୋର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପର୍ଯ୍ୟନ୍ତ ବହୁତ ଭଲ ଯାତ୍ରା ରହିଛି । ମୁଁ କରିଥିବା ଫିଲ୍ମମାନଙ୍କରେ ମତେ ପ୍ରଶଂସକମାନଙ୍କ ଠାରୁ ବହୁ ପ୍ରଶଂସା ମିଳିଛି । ମୋତେ ଜଣେ ଭଲ କଳାକାର ଭାବରେ ମାନ୍ୟତା ଦିଆଯାଇଥିଲା ଏବଂ ଏହା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ ।

ମୁଁ ମୋର କ୍ୟାରିଅରରେ ଅନେକ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛି । 'ରବ୍ ନେ ବନା ଦି ଯୋଡି'ରେ ଭୋଲି-ଭାଲି ତାନିଙ୍କ ଚରିତ୍ରଠାରୁ ଆରମ୍ଭ କରି' ବ୍ୟାଣ୍ଡ ବାଜା ବାରାତ୍'ରେ 'ଜିନ୍ଦାଦିଲ୍ ଶ୍ରୁତି' ପର୍ଯ୍ୟନ୍ତ ଅନୁଷ୍କା ପ୍ରତ୍ୟେକ ଚରିତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।

ଏହି ଅବସରରେ,ବର୍ତ୍ତମାନ ସେ ବିଭିନ୍ନ ପ୍ରକାରର କାହାଣୀ ଉପରେ କାମ କରିବାକୁ ଚାହାଁନ୍ତି । ଯେତେବେଳେ ମୁଁ ରିସ୍କ ନେବି, ସେତେବେଳେ ମୁଁ ନିଜକୁ ସେହି ପଦବୀ ପାଇଁ ଯୋଗ୍ୟ ମନେ କରେ ।

ମୁଁ ଅନୁଭବ କରୁଛି, ମୁଁ ନିଜ ପାଇଁ ସୃଷ୍ଟି କରିଥିବା ସ୍ଥାନର ଲାଭ ଉଠାଇବା ଉଚିତ୍, ଯାହାଫଳରେ ଜଣେ କଳାକାର ଭାବରେ ମୁଁ ବିଭିନ୍ନ ପ୍ରକାରର କାହାଣୀ ଉପରେ କାମ କରିବାକୁ ଚାହେଁ । ଏହି ନିଷ୍ପତ୍ତି ହେତୁ ଆମେ 'ପାତାଲ୍ ଲୋକ' ପରି ଏକ ଶୋ ପ୍ରସ୍ତୁତ କରିଥିଲୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.