ETV Bharat / sitara

ପିଲାକୁ ମିଡିଆ ଲାଇମଲାଇଟରୁ ଦୂରେଇ ରଖିବେ ବିରୁଷ୍କା

author img

By

Published : Dec 31, 2020, 6:11 PM IST

ଅନୁଷ୍କା ଶର୍ମା ଜାନୁଆରୀରେ ମା' ହେବାକୁ ଯାଉଛନ୍ତି । ଏହି ସମୟରେ ଅନୁଷ୍କା ତାଙ୍କ ଗର୍ଭଧାରଣ ପର୍ଯ୍ୟାୟ ଏବଂ ନିଜର ପ୍ରଥମ ସନ୍ତାନ ବିଷୟରେ କହିଛନ୍ତି । ଅଧିକ ପଢନ୍ତୁ...

Anushka Sharma and Virat Kohli to bring up their child away from the public eye
ନିଜ ପିଲାକୁ ମିଡିଆ ଲାଇମଲାଇଟ୍ ରୁ ଦୂରରେ ରଖିବେ ବିରୁଷ୍କା

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଗର୍ଭବତୀ ଅଛନ୍ତି ଏବଂ ସେ ଜାନୁଆରୀରେ ମା' ହେବାକୁ ଯାଉଛନ୍ତି ।

ବର୍ତ୍ତମାନ ଅନୁଷ୍କା ଗର୍ଭଧାରଣ ପର୍ଯ୍ୟାୟକୁ ଉପଭୋଗ କରୁଛନ୍ତି । ସେ ମଧ୍ୟ ଗର୍ଭାବସ୍ଥାରେ ନିରନ୍ତର କାର୍ଯ୍ୟ କରୁଛନ୍ତି ଏବଂ ନିଜକୁ ଆକ୍ଟିଭ ରଖୁଛନ୍ତି ।

ନିକଟରେ ସେ ବେବି ବମ୍ପ ଫଟୋସୁଟ ମଧ୍ୟ କରିଥିଲେ । ଏହି ସମୟ ମଧ୍ୟରେ ଅନୁଷ୍କା ତାଙ୍କ ଗର୍ଭଧାରଣ ପର୍ଯ୍ୟାୟ ଏବଂ ନିଜର ପ୍ରଥମ ସନ୍ତାନ ବିଷୟରେ ମଧ୍ୟ କହିଥିଲେ ।

ଯାହାକୁ ନେଇ ଅନୁଷ୍କା କହିଛନ୍ତି ଯେ, 'ଆମେ ଏହା ବିଷୟରେ ବହୁତ ଭାବିଥିଲୁ । ଆମେ ଚାହୁଁନାହୁଁ ଯେ ଆମ ପିଲା ସର୍ବସାଧାରଣଙ୍କ ଦୃଷ୍ଟିରେ ରହୁ । ଆମେ ନିଜ ପିଲାକୁ ମିଡିଆ ଲାଇମଲାଇଟ୍ ଏବଂ ସୋସିଆଲ ମିଡିଆରୁ ଦୂରେଇ ରଖିବୁ ।

ଉଲ୍ଲେଖନୀୟ କଥା ହେଉଛି, ଆଜିକାଲି ଅନୁଷ୍କା ଏବଂ ବିରାଟ ମୁମ୍ବାଇରେ ଅଛନ୍ତି ।

ପ୍ରକାଶ ଥାଉକି, ଫ୍ୟାନ୍ସଙ୍କୁ ଗର୍ଭବତୀର ସୂଚନା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଥିଲେ ଦୁଇଜଣ । ଆଉ ନୂଆ ବର୍ଷରେ ନୂଆ ଅତିଥିକୁ ସ୍ବାଗତ କରିବାକୁ ଉତ୍ସାହିତ ଏହି ଯୋଡି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.