ETV Bharat / sitara

ଅନୁରାଗ କଶ୍ୟପ ଯୌନ ନିର୍ଯାତନା ମାମଲା, କହିଲେ ‘ମୁଁ ଶ୍ରୀଲଙ୍କାରେ ଥିଲି’ - ମିଠୁ ଅଭିଯୋଗ

ନିକଟରେ ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଲଗାଇଥିଲେ । ଏହି ମାମଲାରେ ପୋଲିସ ଅନୁରାଗଙ୍କୁ ଆଠ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି । ଅନୁରାଗଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Anurag Kashyap says was abroad in August 2013, Payal Ghosh demands narco analysis, lie detector test
ମିଠୁ ଅଭିଯୋଗ: 2013 ମୁଁ ଶ୍ରୀଲଙ୍କାରେ ଥିଲି କହିଲେ ଅନୁରାଗ
author img

By

Published : Oct 2, 2020, 5:50 PM IST

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ଗୁରୁବାର ତାଙ୍କୁ ମୁମ୍ବାଇର ଭରସୋଭା ପୋଲିସ ଷ୍ଟେସନକୁ ଡକାଯାଇଥିଲା ।ଏହି ମାମଲାରେ ପୋଲିସ ଅନୁରାଗଙ୍କୁ ଆଠ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, କଶ୍ୟପ ତାଙ୍କର ଦୁଇ ସହକର୍ମୀଙ୍କ ସହ ସକାଳ ପ୍ରାୟ 10 ଟାରେ ଭରସୋଭା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ଏହି ସମୟରେ କଶ୍ୟପଙ୍କ ହାତରେ କିଛି ଡକ୍ୟୁମେଣ୍ଟ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତାଙ୍କ ଓକିଲ କିଛି ସମୟ ପରେ ପୋଲିସ ଷ୍ଟେସନରେ ମଧ୍ୟ ପହଞ୍ଚିଥିଲେ । ଅନୁରାଗ ରାତି ପ୍ରାୟ 6 ଟାରେ ପୋଲିସ ଷ୍ଟେସନରୁ ବାହାରିଥିଲେ ।

ତାଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗ ଉପରେ ଅନୁରାଗଙ୍କ ଓକିଲ ପ୍ରିୟଙ୍କା ଖୀମାନିଙ୍କ କହିବାନୁସାରେ, ଅଗଷ୍ଟ 2013 ରେ ଅନୁରାଗ ଶ୍ରୀଲଙ୍କାରେ ଥିଲେ । ଯେଉଁଠାରେ ଘଟଣା ବିଷୟରେ ଉଲ୍ଲେଖ କରାଯାଇଛି ସେହି ସ୍ଥାନକୁ ଅନୁରାଗ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛନ୍ତି ।

ପ୍ରକାଶ ଥାଉ ଯେ, ପାୟଲ ତାଙ୍କ ଅଭିଯୋଗରେ ଘୋଷ କହିଛନ୍ତି ଯେ, କଶ୍ୟପ ତାଙ୍କୁ 2013 ରେ ଦୁଷ୍କର୍ମ କରିଥିଲେ । ଘୋଷ ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ଭେଟି ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.