ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ବଲିଉଡକୁ ସ୍ତବ୍ଧ କରିଦେଇଛି । ଗୋଟିଏ ପଟେ ଲୋକ ତାଙ୍କ ଆତ୍ମହତ୍ୟାକୁ ନେଇ ଦଳଗତ, ଗୋଷ୍ଠୀ ତଥା ପରିବାରବାଦ ଉପରେ ପ୍ରଶ୍ନ କରୁଛନ୍ତି । ଆଉ ଅନ୍ୟପଟେ କିଛି ଲୋକ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାରେ ଲାଗିଛନ୍ତି । ମଙ୍ଗଳବାର ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ‘ଦବଙ୍ଗ’ ନିର୍ଦ୍ଦେଶକ ତଥା ନିର୍ମାତା ଅନୁରାଗ କଶ୍ୟପଙ୍କ ଭାଇ ଅଭିନବ ସିଂ କଶ୍ୟପ ବଲିଉଡ ବିଷୟରେ ଅନେକ କଥା ଖୁଲାସା କରିଥିଲେ । ସେ ଫେସବୁକରେ ଏକ ପୋଷ୍ଟ ସେୟାର କରି କହିଥିଲେ ସେ ମଧ୍ୟ ବଲିଉଡରେ ସୁଶାନ୍ତଙ୍କ ପରି ଯନ୍ତ୍ରଣା ସହିସାରିଛନ୍ତି । ଆଉ ତାଙ୍କ କ୍ୟାରିୟର ନଷ୍ଟ କରିବାକୁ ସଲମାନ ଖାନଙ୍କ ପୁରା ପରିବାର ଚାହୁଁଥିଲା । ଏବେ ଏହି ମାମଲାରେ ଅନୁରାଗଙ୍କ ବୟାନ ସାମ୍ନାକୁ ଆସିଛି ।
-
For the media calling me and people who want to ask , treat this as my statement. “More than two years ago , Abhinav had told me clearly to stay out of his business and it’s not my place to comment on anything he says or does.“ Thank You
— Anurag Kashyap (@anuragkashyap72) June 16, 2020 " class="align-text-top noRightClick twitterSection" data="
">For the media calling me and people who want to ask , treat this as my statement. “More than two years ago , Abhinav had told me clearly to stay out of his business and it’s not my place to comment on anything he says or does.“ Thank You
— Anurag Kashyap (@anuragkashyap72) June 16, 2020For the media calling me and people who want to ask , treat this as my statement. “More than two years ago , Abhinav had told me clearly to stay out of his business and it’s not my place to comment on anything he says or does.“ Thank You
— Anurag Kashyap (@anuragkashyap72) June 16, 2020
ଅଭିନବଙ୍କ ପ୍ରସଙ୍ଗରେ ମିଡିଆ ତରଫରୁ ପଚରାଯାଇଥିବା ପ୍ରଶ୍ନ ଉପରେ ଅନୁରାଗ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜ ପ୍ରତିକ୍ରିୟା ରଖିଛନ୍ତି ।
ସେ ଟ୍ବିଟରେ ଲେଖିଛନ୍ତି, ‘ଲୋକେ ଜାଣିବାକୁ ଚାହୁଁଛନ୍ତି ଆଉ ମିଡିଆ ମଧ୍ୟ ମତେ କଲ କରିବାରେ ଲାଗିଛି । ମୋର ଏହି ବୟାନକୁ ଅଧିକାରୀକ ରୂପେ ବୟାନ ବୁଝାଯାଉ । ପାଖାପାଖି ଦୁଇ ବର୍ଷ ପୂର୍ବେ ଅଭିନବ ମତେ ସ୍ପଷ୍ଟ ରୂପେ କହିଥିଲେ ଯେ ମୋତେ ତାଙ୍କ କାମରୁ ଦୂରେଇ ରଖିବେ । ସେ ଯାହା ମଧ୍ୟ କହୁଛନ୍ତି କିମ୍ବା କରୁଛନ୍ତି, ତାହା ଉପରେ ମୋର କହିବା ଉଚିତ୍ ନୁହେଁ ।’
ପ୍ରକାଶ ଥାଉକି ଅଭିନବ ନିଜ ପୋଷ୍ଟରେ ସୁଶାନ୍ତଙ୍କ ଆତ୍ମହତ୍ୟାର କଡା ତଦନ୍ତ କରାଯାଉ ବୋଲି ଦାବି ମଧ୍ୟ କରିଥିଲେ । ସେ ନିଜ ପୋଷ୍ଟକୁ ଷ୍ଟେଣ୍ଟମେଣ୍ଟ ରୂପେ ଜାରି କରିଥିଲେ ।