ମୁମ୍ବାଇ: ଆଜିକାଲି ବଲିଉଡରେ ଅନେକ ଲୋକ ଡ୍ରଗ୍ସ ବିଷୟରେ କଥାବାର୍ତ୍ତା କରିଆସୁଛନ୍ତି । ଯେଉଁଥିରେ ଅଭିନେତା ତଥା ସାଂସଦ ରବି କିଶନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ।
ସଂସଦର ଅଧିବେଶନର ପ୍ରଥମ ଦିନରେ ରବି ବଲିଉଡର ଡ୍ରଗ୍ସ ପ୍ରସଙ୍ଗ ଉଠାଇଥିଲେ । ରବି କହିଥିଲେ ଯେ, ଏହି ଗମ୍ଭୀର ବିଷୟରେ ଗଭୀର ଭାବରେ ଅନୁସନ୍ଧାନ କରାଯିବା ଉଚିତ, ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।
ରବିଙ୍କ ଏହି ବୟାନରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଅନୁରାଗ ଦାବି କରିଛନ୍ତି ଯେ, ରବି ପୂର୍ବରୁ ସ୍ମୋକ କରୁଥିଲେ ।
ନିକଟରେ ଏକ ସାକ୍ଷାତକାରରେ ଅନୁରାଗ କହିଛନ୍ତି, ରବି ମୋର ଫିଲ୍ମ 'ମୁକ୍କାବାଜ'ରେ କାମ କରିଥିଲେ । ରବି ତାଙ୍କ ଦିନର ଆରମ୍ଭ ଜୟ ଶିବ ଶଙ୍କର, ଜୟ ବମ ଭୋଲେ, ଜୟ ଶିବ ଶମ୍ଭୁଙ୍କ ସହିତ ଆରମ୍ଭ କରିଥାନ୍ତି । ସେ ସ୍ମୋକିଂ କରନ୍ତି ଏବଂ ଏହା ସମସ୍ତେ ଜାଣନ୍ତି । ଏପରି କେହି ନାହାଁନ୍ତି ଯିଏ ଜାଣନ୍ତି କି ରବି ଧୂମପାନ କରନ୍ତି ନାହିଁ । ବର୍ତ୍ତମାନ ରବି ଜଣେ ନେତା ହୋଇଥିବାରୁ ହୁଏତ ଏସବୁ ସ୍ମୋକିଂ କରିବା ସେ ଛାଡି ଦେଇଥିବେ ।
ଅନୁରାଗ ଆହୁରି କହିଛନ୍ତି, 'ଆପଣ ଏହାକୁ ଡ୍ରଗ୍ସରେ ମଧ୍ୟ ଅନ୍ତର୍ଭୁକ୍ତ କରନ୍ତି କି? ନା, ମୁଁ ରବିଙ୍କୁ ଜଜ କରୁନାହିଁ । କାରଣ ମୁଁ କଦାପି ବିଡିକୁ ଡ୍ରଗ୍ ସହିତ ତୁଳନା କରେ ନାହିଁ । ତେଣୁ ଯେତେବେଳେ ମୁଁ ରବିଙ୍କ ଡ୍ରଗ୍ସ ବିଷୟରେ ବକ୍ତବ୍ୟ ଶୁଣିଲି, ସେତେବେଳେ ମୁଁ ଏହା ଉପରେ ନିଜର ମନ୍ତବ୍ୟ ଦେଲି ।
ଡ୍ରଗ୍ସକୁ ନେଇ ନିଜର ସଂଗ୍ରାମ ବିଷୟରେ ମଧ୍ୟ ଅନୁରାଗ କହିଥିଲେ । ଅନୁରାଗ କହିଛନ୍ତି ଯେ, ଯେତେବେଳେ ମୋର ଫିଲ୍ମ 'ବ୍ଲାକ୍ ଫ୍ରାଇଡେ' ବ୍ୟାନ ହୋଇଯାଇଥିଲା ଏବଂ ଆରତୀ ବଜାଜଙ୍କ ସହିତ ମୋର ବିବାହ ଭାଙ୍ଗିଯାଇଥିଲା, ସେତେବେଳେ ମୁଁ ଡିପ୍ରେସନରେ କିଛି କେମିକାଲ ଡ୍ରଗ୍ସ ନେବା ଆରମ୍ଭ କରିଥିଲି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ