ETV Bharat / sitara

ଆରପାରିରେ ଗାୟିକା ଅନୁରାଧା ପୌଡଓ୍ବାଲଙ୍କ ପୁଅ ଆଦିତ୍ୟ - ଅନୁରାଧା ପୌଡଓ୍ବାଲ

କିଡନୀ ରୋଗରେ ପୀଡିତ ହୋଇ ଆଦିତ୍ୟ ପୌଡଓ୍ବାଲ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବାବେଳେ, ଶନିବାର ତାଙ୍କର ମୃତ୍ୟୁ ଘଟିଛି । ସମ୍ପୂର୍ଣ୍ଣ ପଢନ୍ତୁ...

ଆରପାରିରେ ଗାୟିକା ଅନୁରାଧା ପୌଡଓ୍ବାଲଙ୍କ ପୁଅ ଆଦିତ୍ୟ

author img

By

Published : Sep 12, 2020, 12:19 PM IST

ମୁମ୍ବାଇ: ଚଳିତ ବର୍ଷ ଭାରତୀୟ ସିନେମା ଜଗତ ପାଇଁ ଏକ କଳା ବର୍ଷ ଭାବେ ପ୍ରମାଣିତ ହୋଇଛି । କୋରୋନା ଭାଇରସ ଓ ଅନ୍ୟ ରୋଗ କାରଣରୁ ଅନେକ କଳାକାର, ନିର୍ଦ୍ଦେଶକଙ୍କର ମୃତ୍ୟୁ ଘଟିଛି । ବଲିଉଡର ପୃଷ୍ଠଭୂମି ଗାୟିକା ଅନୁରାଧା ପୌଡୱାଲଙ୍କ ପୁଅ ଆଦିତ୍ୟ ପୌଡୱାଲଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 35 ବର୍ଷ ହୋଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ସେ ଗତ କିଛି ମାସ ଧରି ଅସୁସ୍ଥ ଥିଲେ । କିଡନୀ ସମସ୍ୟା କାରଣରୁ ଆଦିତ୍ୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଦୀର୍ଘ ସମୟ ଧରି ଚିକିତ୍ସାଧୀନ ଥିଲେ। କିଡନୀ ଫେଲ ହେତୁ ଆଦିତ୍ୟଙ୍କର ଆଜି (ଶନିବାର) ସକାଳେ ମୃତ୍ୟୁ ହୋଇଛି ।

ଆଦିତ୍ୟ ପୌଡୱାଲ ମଧ୍ୟ ତାଙ୍କ ମା'ଙ୍କ ପରି ଭଜନ ଏବଂ ଭକ୍ତି ଗୀତ ଗାଉଥିଲେ। ଏହା ବ୍ୟତୀତ ସେ ସଙ୍ଗୀତ ରଚନା ମଧ୍ୟ କରିଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ କେବଳ ଭକ୍ତି ଗୀତ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ସେ ଜଣେ ଭଲ ସଂଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ। ଦେଶର ସବୁଠାରୁ କନିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବର୍ଗରେ ତାଙ୍କ ନାମ 'ଲିମକା ବୁକ ଅଫ ରେକର୍ଡସ' ରେ ଅନ୍ତର୍ଭୁକ୍ତ ହୋଇଛି ।

ତେବେ ଆଦିତ୍ୟଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.