ମୁମ୍ବାଇ: 45 ବର୍ଷିୟା କରମାଲା ମେଡେକ୍ସ ନାମଙ୍କ ଜଣେ କେରଳୀ ମହିଳା ନିକଟରେ ଆଶ୍ଚର୍ଯ୍ୟକର କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେ ବଲିଉଡର ଫେମସ ଗାୟିକା ଅନୁରାଧା ପୌଡୱାଲଙ୍କୁ ନିଜ ମା’ କହିଥିଲେ। ସେ ନିଜକୁ ଅନୁରାଧଙ୍କ ଝିଅ କହି ଅନେକ ଅଭିଯୋଗ ମଧ୍ୟ ଲଗାଇଥିଲେ। ଏହାବ୍ୟତୀତ ସେ ଡିଏନଏ ଟେଷ୍ଟ କରିବାକୁ ମଧ୍ୟ ଦାବି କରିଥିଲେ । ଏହି ମାମଲାରେ ଏବେ ଅନୁରାଧାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କରମାନଙ୍କ ବୟାନ ଉପରେ ସେ ଖୁବ୍ କ୍ରୋଧିତ ନଜର ଆସୁଛନ୍ତି । ସେ ନିଜ ସଫେଇରେ ଅନେକ କଥା ମଧ୍ୟ କହିଛନ୍ତି ।
କେରଳର ସେହି ମହିଳାଙ୍କୁ ଅନୁରାଧା କଡା ଜବାବ ଦେଇଛନ୍ତି । ସେ ଏକ ସାକ୍ଷାତକାରରେ ଏହି ମାମଲାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଦେଇଥିଲେ । ତାଙ୍କ ଅନୁଯାୟୀ ଏହି ମାମଲା କିଛି ମଧ୍ୟ ନୁହେଁ କେବଳ ସେହି ମହିଳାଙ୍କ ବିକୃତ ମାନସିକତା । ଡିଏନଏ ଟେଷ୍ଟ ପ୍ରଶ୍ନ ଉପରେ ରାଗିଯାଇଥିଲେ ଅନୁରାଧା । ଯେତେବେଳେ କୁକୁର ଉଠି ଭୋକିବା ଆରମ୍ଭ କରିବ ତେବେ ଆପଣ ତାଙ୍କ ପାଖରୁ ଆଶା କରିପାରିବେ ନାହିଁ ସେ ମଧ୍ୟ ଭୋକିବେ ବୋଲି। ତାଙ୍କ ଝିଅ କବିତା 1997ରେ ଜନ୍ମିତ ବୋଲି କହିଥିଲେ ଅନୁରାଧା।
ସେ ଆହୁରି କହିଥିଲେ କରମାଲଙ୍କ ଭଳି ମହିଳା କେବଳ ଟଙ୍କା ପାଇଁ ଏମିତି ସମସ୍ତଙ୍କୁ ବଦନାମ କରନ୍ତି। ଆଉ କେଉଁ ଆଧାରରେ କରମାଲଙ୍କ କେସକୁ କୋର୍ଟ ସ୍ବୀକାର କରିନେଇଛନ୍ତି । ତାହାକୁ ନେଇ ସେ ଆଶ୍ଚର୍ଯ୍ୟ।
ପ୍ରକାଶ ଥାଉକି କରମାଲାଙ୍କ ଅନୁଯାୟୀ ତାଙ୍କ ଜନ୍ମ 1974ରେ ହୋଇଥିଲା । ସେ 4 ଦିନର ହୋଇଥିବା ବେଳେ ତାଙ୍କୁ ଅନୁରାଧା ଜଣେ ଦମ୍ପତିଙ୍କ ହାତକୁ ଟେକି ଦେଇଥିଲେ । ଯିଏକି ତାଙ୍କ ଭଲ ବନ୍ଧୁଥିଲେ । ସେହି ସମୟରେ ଅନୁରାଧା ନିଜ କ୍ୟାରିୟର ନିର୍ମାଣ କରିବାରେ ଖୁବ୍ ବ୍ୟସ୍ତ ଥିଲେ । ଯାହାପାଇଁ ସେ ତାଙ୍କ ଦାୟିତ୍ବ ନେବାକୁ ଚାହୁଁନଥିଲେ । ଏହି ସମ୍ପୂର୍ଣ୍ଣ କଥା ତାଙ୍କୁ ପାଳିଥିବା ପିତା ମୃତ୍ୟୁ ବେଳେ କହିଥିଲେ ।