ହାଇଦ୍ରାବାଦ: ଫିଲ୍ମ ଷ୍ଟାର ଓ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅନେକ ପୁରୁଣା । ଅଲ୍ଲୀ ଖାନ ପଟୌଦୀ-ଶର୍ମିଲା ଟାଗୋରଙ୍କଠୁ ଆରମ୍ଭ କରି ଅନୁଷ୍କା-ବିରାଟଙ୍କ ଯୋଡି ଗ୍ଲାମର ଓ ଖେଳର ଯୋଡି । ତେବେ ନିକଟରେ ଏ ଲିଷ୍ଟରେ ସାମିଲ ହୋଇଛନ୍ତି ଜସପ୍ରିତ ବୁମରାହ ଓ ସାଉଥ ହିରୋଇନ ଅନୁପମା ପରମେଶ୍ବରନ ।
ସୂଚନା ଅନୁସାରେ, ଦୁଇ ଷ୍ଟାର ପରସ୍ପରକୁ ଡେଟ କରୁଛନ୍ତି । ମାତ୍ର ଏହା କେତେକାଂଶରେ ସତ ସେ ନେଇ କୌଣସି ଖୁଲାସା ହୋଇପାରିନଥିବା ବେଳେ ଏବେ କିନ୍ତୁ ସାଉଥ ଷ୍ଟାର ଅନୁପମା ଏନେଇ ମୁହଁ ଖୋଲିଛନ୍ତି । ଅନୁପମା କହିଛନ୍ତି କି ସେ ଆଉ ବୁମରାହ କେବଳ ଭଲ ସାଙ୍ଗ । ସେମାନେ ପରସ୍ପରକୁ ଡେଟ କରୁ ନାହାଁନ୍ତି ।
ହେଲେ ଏ ଖବର ସେତେବେଳେ ଜୋର ଧରିଥିଲା ଯେତେବେଳେ ଅନୁପମା, ବୁମରାହଙ୍କୁ ଟ୍ବିଟରରେ ଫଲୋ କରିଥିଲେ । ପ୍ରକାଶଥାଉକି, ବୁମରାହ ବର୍ତ୍ତମାନ ଇଂଲଣ୍ଡରେ ଭାରତ ପାଇଁ ଖେଳୁଛନ୍ତି । ତେବେ ସେମିଫାଇନାଲରେ ପହଞ୍ଚିଥିବା ଭାରତ ପ୍ରଥମେ ନ୍ୟୁଜଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ।