ETV Bharat / sitara

କୋରୋନାକୁ ଡରିବାର ଆବଶ୍ୟକ ନାହିଁ: ଅନୁପମ ଖେର

ପୁଣି ସୋସିଆଲ ମିଡିଆରେ ସଚେତନା ବାର୍ତ୍ତା ବାଣ୍ଟିଲେ ଫେମସ ଅଭିନେତା ଅନୁପମ ଖେର। ଯଦି ସମସ୍ତେ ସାବଧାନ ରହିବେ ତେବେ କୋରୋନାକୁ ଡରିବା ଦରକାର ନାହିଁ ବୋଲି କହିଲେ ସେ।

_anupam kher
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର
author img

By

Published : Apr 16, 2020, 2:58 PM IST

ମୁମ୍ବାଇ: କୋରୋନା ଭାଇରସ ସଂକ୍ରମଣକୁ ନେଇ ସମସ୍ତେ ଚିନ୍ତିତ। ଜନସାଧାରଣଙ୍କୁ ସଚେତନା ବାର୍ତ୍ତା ବାଣ୍ଟିବାରେ ବ୍ୟସ୍ତ ସେଲିବ୍ରିଟି। ଲକଡାଉନ ପାଳନ କରିବାକୁ ପ୍ରାୟତଃ ସେଲିବ୍ରିଟି ଜନତାଙ୍କୁ ଅପିଲ କରୁଛନ୍ତି। ଇତିମଧ୍ୟରେ ବିଶିଷ୍ଟ ଅଭିନେତା ଅନୁପମ ଖେର ଭିଡିଓ ଜରିଆରେ ଜନତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ କୋରୋନାକୁ ଡରିବାର ଆବଶ୍ୟକ ନାହିଁ।

ସେ ଟ୍ବିଟରରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ଜଣେ ଫ୍ୟାନ ପ୍ରଶ୍ନ କରିଥିଲେ ଆପଣଙ୍କୁ ଡର ଲାଗୁନାହିଁ। ଏହାର ଜବାବ ଦେବାକୁ ଯାଇ ସେ କହିଛନ୍ତି, ‘ଯଦି ସାବଧାନ ରହୁଛେ ତେବେ ଡରିବାର କୌଣସି ଆବଶ୍ୟକ ନାହିଁ।’

ଏହାସହ ସେ ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ବଜାଇ ରଖିବା ସହ ଘରେ ରହିବାକୁ ମଧ୍ୟ ପ୍ରଶଂସକଙ୍କୁ ଅପିଲ କରିଛନ୍ତି । ତାଙ୍କ ଅନୁଯାୟୀ ଏହି ସବୁ କାମ କଲେ କୋରୋନାକୁ ଡରିବା ଦରକାର ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.