ETV Bharat / sitara

‘ସମୟ ଆସିଛି ସମସ୍ତେ ବନନ୍ତୁ ମିଷ୍ଟର ଇଣ୍ଡିଆ’

author img

By

Published : May 5, 2020, 5:49 PM IST

ଅନଲାଇନ ଫଣ୍ଡ ସଂଗ୍ରହ କରୁଥିବା କନସର୍ଟ ଆଇ ଫର ଇଣ୍ଡିଆରେ ଯୋଗ ଦେଇ ଅନୀଲ ଏପରି କହିଛନ୍ତି । ନିଜର ପ୍ରଥମ ପରଫରମାନ୍ସ ଦେବା ପରେ ସେ ଲୋକଙ୍କୁ ଏଥିରେ ଫଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

‘ସମୟ ଆସିଛି ସମସ୍ତେ ବନନ୍ତୁ ମିଷ୍ଟର ଇଣ୍ଡିଆ’
‘ସମୟ ଆସିଛି ସମସ୍ତେ ବନନ୍ତୁ ମିଷ୍ଟର ଇଣ୍ଡିଆ’

ମୁମ୍ବାଇ: ବଲିଉଡର ‘ମିଷ୍ଟର ଇଣ୍ଡିଆ’ ଅନୀଲ କପୁର ଏବେ ସମସ୍ତଙ୍କୁ ନିଜ କ୍ୟାରେକ୍ଟର ଦ୍ବାରା ଅନୁପ୍ରାଣିତ ହେବାକୁ କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ଘରେ ରହିବା ଉଚିତ । ବାହାର ଲୋକଙ୍କ ପାଇଁ ମିଷ୍ଟର ଇଣ୍ଡିଆ ପାଲଟିଛନ୍ତି ସବୁ ଭାରତୀୟ ବୋଲି ସେ କହିଛନ୍ତି ।

ଅନଲାଇନ ଫଣ୍ଡ ସଂଗ୍ରହ କରୁଥିବା କନସର୍ଟ ଆଇ ଫର ଇଣ୍ଡିଆରେ ଯୋଗ ଦେଇ ସେ ଏପରି କହିଛନ୍ତି । ନିଜର ପ୍ରଥମ ପରଫରମାନ୍ସ ଦେବା ପରେ ସେ ଲୋକଙ୍କୁ ଏଥିରେ ଫଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି । ଅନେକ ଦିନ ମଜୁରିଆ ନିଜ ଘରକୁ ଯାଇନପାରି ଫସି ରହିଛନ୍ତି । ସେମାନଙ୍କ ସାହାଯ୍ୟ ପାଇଁ ଏହି ଫଣ୍ଡ ଦେବାକୁ ସେ କହିଛନ୍ତି । ଏହାସହ ତାଙ୍କ ଭିଡିଓ ଦେଖିଥିବା ହଜାର ହଜାର ଲୋକଙ୍କୁ ଧନ୍ୟବାଦ ଦେବା ସହ ଅନ୍ୟମାନଙ୍କୁ ଭିଡିଓ ଦେଖି ଆର୍ଥିକ ସହାୟତା ଦେବାକୁ ନିବେଦନ କରିଛନ୍ତି ।

ଅନୀଲ କପୁର କହିଛନ୍ତି ଯେ ଫିଲ୍ମର କ୍ୟାରେକ୍ଟର ମିଷ୍ଟର ଇଣ୍ଡିଆକୁ ଏବେ ଅସଲ ଜୀବନରେ ବାସ୍ତବ ରୂପ ଦେବାର ସମୟ ଆସିଯାଇଛି । ସମସ୍ତେ ଘରେ ରହି ମିଷ୍ଟର ଇଣ୍ଡିଆ ବନିଯାଆନ୍ତୁ । ବାହାର ଦୁନିଆକୁ ଯେପରି କେହି ଦେଖାନଯିବେ । ଏପରି ଦ୍ବାରା ସମସ୍ତେ ସୁରକ୍ଷିତ ରହିବା ସହ କୋଭିଡ 19 ଯୁଦ୍ଧରେ ସରକାରଙ୍କୁ ସାହାଯ୍ୟ କରିବାପାରିବା । ଏହାସହ ଗରିବ ଓ ଅସହାୟଙ୍କ ପାଇଁ ଆଇ ଫର ଇଣ୍ଡିଆ ଦ୍ବାରା ସାହାଯ୍ୟ କରନ୍ତୁ ବୋଲି ଅନୀଲ ଅନୁରୋଧ କରିଛନ୍ତି ।

ରବିବାର ଫେସବୁକରେ ଅନଲାଇନ ଷ୍ଟ୍ରିମିଂ କରି ଏହି କନସର୍ଟ 52 କୋଟି ଟଙ୍କା ଆୟ କରିଛି । ଏହାକୁ ଡିରେକ୍ଟର କରଣ ଜୋହର ଓ ଜୋୟା ଅଖତର ଆୟୋଜନ କରିଛନ୍ତି । ବଲିଉଡ ଓ ଅନ୍ୟ ମନୋରଞ୍ଜନ ଇଣ୍ଡଷ୍ଟ୍ରିର 85 ଜଣ କଳାକାର ଏଥିରେ ଭାଗ ନେଇଛନ୍ତି । ଏଥିରୁ ଆୟ ସମସ୍ତ ଅର୍ଥ ଦିନ ମଜୁରିଆଙ୍କ ସହାୟତା ପାଇଁ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.