ETV Bharat / sitara

ମୁଗାମ୍ବୋଙ୍କ ଜନ୍ମଦିନରେ ଇମୋଶନାଲ ହେଲେ ମିଷ୍ଟର ଝକାସ - memories

ବିଶିଷ୍ଟ ଅଭିନେତା ଅମରେଶ ପୁରୀଙ୍କ ଆଜି 87ତମ ଜନ୍ମଦିନ । ଏହି ଅବସରରେ ବି-ଟାଉନ ଷ୍ଟାର୍ସ ତାଙ୍କୁ ସ୍ମରଣ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Jun 23, 2019, 3:38 AM IST

ମୁମ୍ବାଇ: ଦିବଙ୍ଗତ ଅଭିନେତା ଅମରେଶ ପୁରୀ ନିଜ ଅଭିନୟରେ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସେ ଅବା 'ମିଷ୍ଟର ଇଣ୍ଡିଆ'ର 'ମୁଗାମ୍ବୋ' ହୁଅନ୍ତୁ କିମ୍ବା 'ଦାମିନୀ'ର ଚଡ୍ଡା ସବୁ ଭୂମିକାରେ ତାଙ୍କ ଶାନଦାର ଅଭିନୟ ଆଜି ମଧ୍ୟ ଦର୍ଶକଙ୍କ ହୃଦୟରେ ଜୀବିତ ଅଛି । ସେସବୁ ଚରିତ୍ର ଏବଂ ଭୂମିକାରେ ବାସ୍ତବତା ଭରିଦେଉଥିଲେ । ଆଜି ତାଙ୍କର 87ତମ ଜନ୍ମଦିନ । ଏହି ଅବସରରେ ବି-ଟାଉନର ଝକାସ ଅନିଲ କପୁର ସୋସିଆଲ ମିଡିଆରେ ଏକ ଶୋକଭରା ପୋଷ୍ଟ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଜଣାଇ ଦେଉଛୁ ଯେ ଅନିଲ 'ମିଷ୍ଟର ଇଣ୍ଡିଆ' ଏବଂ 'ନାୟକ', 'ବିରାସତ', 'ମେରୀ ଜଙ୍ଗ' ଭଳି ଫିଲ୍ମରେ ଅମରେଶଙ୍କ ସହ କାମ କରିଥିଲେ । ଅନିଲ ତାଙ୍କୁ ସ୍ମରଣ କରି ଟ୍ବିଟର ଆକାଉଣ୍ଟରେ ଦୁଇଜଣଙ୍କ ଗୋଟିଏ ପୁରୁଣା ଫଟୋ ସେୟାର କରିଛନ୍ତି ।

ସେୟାର ହୋଇଥିବା ଫଟୋଟି 1997ରେ ଆସିଥିବା 'ବିରାସତ' ଫିଲ୍ମ ସେଟର । ସେ ଫଟୋ କ୍ୟାପସନରେ ଲେଖିଛନ୍ତି, "ଦିଗଜ ଅଭିନେତା ଅମରେଶ ପୁରୀଙ୍କ ଜନ୍ମଦିନରେ ତାଙ୍କୁ ସ୍ମରଣ କରୁଛି । ତାଙ୍କ ସହ ଅନେକ ଫିଲ୍ମ ଯେମିତି କି ମିଷ୍ଟର ଇଣ୍ଡିଆ, ନାୟକ, ରାମ ଲଖନ, ବିରାସତ, ମେରୀ ଜଙ୍ଗ ଭଳି ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା । ତାଙ୍କ ବିନା ଏହି ସବୁ ଫିଲ୍ମ ସେମିତି ହୋଇନଥାଆନ୍ତା ଯେମିତି ତିଆରି ହୋଇଛି ।"

ପ୍ରକାଶ ଥାଉତି ଅମରେଶ ପାଖାପାଖି 30 ବର୍ଷ ପର୍ଯ୍ୟନ୍ତ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଥିଲେ । 1971ରେ ରିଲିଜ ହୋଇଥିବା ଫିଲ୍ମ 'ରେଶମା' ଏବଂ 'ଶେରା' ଫିଲ୍ମରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ସେ । 80 ଆଉ 90 ଦଶକରେ ସେ ଫିଲ୍ମ ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇଥିଲେ ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.