ହାଇଦ୍ରାବାଦ: ଫିଲ୍ମ ନିର୍ମାତା ସୁବାଷ ଘାଇ ପୁଣି ରାମ-ଲଖନଙ୍କୁ କରିବେ ଏକାଠି । କିନ୍ତୁ ‘ରାମଲଖନ’ର ସିକ୍ବେଲରେ ନୁହେଁ ବରଂ ଏକ ନୂଆ କାହାଣୀ ନେଇ ଆସୁଛନ୍ତି ନିର୍ଦ୍ଦେଶକ । କମେଡି, ଡ୍ରାମା ଫିଲ୍ମରେ ନଜର ଆସିବେ ଦୁହେଁ ।
ଫିଲ୍ମର ନାମ ‘ରାମ ଚନ୍ଦ କିଶନ ଚନ୍ଦ’ ରଖାଯାଇଛି ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ତେବେ ସ୍କ୍ରିପ୍ଟକୁ ଏଯାଏଁ ପୁରା କରାଯାଇନାହିଁ । ଫିଲ୍ମରେ ଏକ ବାର୍ତ୍ତା ଦିଆଯାଇଛି ବୋଲି ନିର୍ଦ୍ଦେଶକ କହିଛନ୍ତି । ଦୁଇଟି ଭିନ୍ନ ରାଜ୍ୟର ପୋଲିସ ଅଫିସର ରୂପରେ ଦୁହିଁଙ୍କୁ ଦେଖିବାକୁ ମିଳିବ ।
ଫିଲ୍ମର ସୁଟିଂ 2020ରେ ଆରମ୍ଭ କରାଯିବ ଓ ଫିଲ୍ମର ନିର୍ଦ୍ଦେଶକ ଭାବରେ ଜଣେ ଯୁବ ନିର୍ଦ୍ଦେଶକଙ୍କୁ ନିଆଯିବ । ଫିଲ୍ମକୁ ମୁକ୍ତା ଆର୍ଟ୍ସ ବ୍ୟାନରରେ ନିର୍ମାଣ କରାଯିବ ।