ନୂଆଦିଲ୍ଲୀ: କୋରୋନା ଭାଇରସ ବ୍ୟାପିବା ନେଇ ସତର୍କ ରହିବା ନେଇ ସୋସିଆଲ ଡିସଷ୍ଟାନ୍ସିଂ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ନିଜକୁ ନିଜେ ସୁରକ୍ଷିତ ରଖିବାର ସଚେତନତା ବାର୍ତ୍ତା ସମସ୍ତଙ୍କୁ ଦିଆଯାଇଛି । ଏହାକୁ କିଛି ବଲିଉଡ ଷ୍ଟାର ମାନୁଥିବା ବେଳେ ଅନୀଲ କପୁର ଏବଂ ଅନୁପମ ଖେର ନିଜ ବନ୍ଧୁତାକୁ ବଞ୍ଚେଇ ରଖିବାକୁ ପ୍ରୟାସ କରିଛନ୍ତି ।
ତେଣୁ ଦୁହେଁ ବାଲକୋନିରୁ ହିଁ କଥା ହେଉଥିବା ଦେଖାଦେଇଛି । ଅନୀଲ କପୁର ଅନୁପମ ଖେରଙ୍କୁ ଭେଟିବାକୁ ମନସ୍ତ କରିଥିଲେ । କିନ୍ତୁ କୋରୋନା ଯୋଗୁଁ ସୋସିଆଲ ଡିସଷ୍ଟାନ୍ସିଂ କଟକଣାକୁ ମାନିବାକୁ ଯାଇ ସେ ଅନୁପମଙ୍କୁ ବାଲକୋନୀରେ ହିଁ ଭେଟିଥିଲେ । ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଏହି ଦୁଇ ଆକ୍ଟର ।
ଏହି ଭିଡିଓରେ ଅନୀଲ କପୁର ଆଇକନିକ ସଂଗୀତ ତେରେ ଘରକେ ସାମନେ ଗାଇଥିବା ରହିଛି । ଅନ୍ୟପଟେ ଅନୁପମ ଖେର ଖୁବ ଜୋରରେ ହସୁଥିବା ରହିଛି । ଦେଶର ଦାୟିତ୍ବବାନ ନାଗରିକ ଭାବେ ଆମେ ନିଜକୁ ବର୍ତ୍ତମାନ 15 ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବା ଉଚିତ ବୋଲି କହିଛନ୍ତି ଅନୁପମ ଖେର ।
@ANI