ETV Bharat / sitara

ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବୁ, କହିଲେ ଅନିଲ ଦେଶମୁଖ

author img

By

Published : Aug 8, 2020, 9:45 PM IST

ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାର ତଦନ୍ତ ସମ୍ପର୍କରେ ନାଗପୁରରେ ଏକ ଗୁରୁତ୍ବପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ ।

anil deshmukh
ଅନିଲ ଦେଶମୁଖ

ମୁମ୍ବାଇ: ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାର ତଦନ୍ତ ସମ୍ପର୍କରେ ନାଗପୁରରେ ଏକ ଗୁରୁତ୍ବପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଅନିଲ ଦେଶମୁଖ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁମ୍ବାଇ ପୋଲିସ ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାର ଅତି ଦକ୍ଷ ଭାବେ ଯାଞ୍ଚ କରୁଛି ।

ଅନିଲ ଦେଶମୁଖ

ଗତ ଦେଢ ମାସ ଧରି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି । ମହାରାଷ୍ଟ୍ର ପୋଲିସର ତଦନ୍ତରେ ବିହାର ସରକାର ଅସନ୍ତୁଷ୍ଟ ଥିବାରୁ ବିହାର ସିବିଆଇ ଯାଞ୍ଚରେ ଜିଦ୍ ଧରିଥିଲା । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହାକୁ ସୁପ୍ରିମକୋର୍ଟଙ୍କ ଉପରେ ଛାଡି ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବୁ ବୋଲି ଅନିଲ ଦେଶମୁଖ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.