ETV Bharat / sitara

ଲକଡାଉନ ପ୍ରଭାବ: ଡିଜିଟାଲ ପ୍ଲାଟଫର୍ମରେ ଅଙ୍ଗ୍ରେଜୀ ମିଡିୟମ ରିଲିଜ

author img

By

Published : Apr 6, 2020, 9:37 PM IST

ଇର୍ଫାନ ଖାନ ଅଭିନୀତ ହିନ୍ଦୀ ଫିଲ୍ମ ’ଅଙ୍ଗ୍ରେଜୀ ମିଡିୟମ’କୁ ଅନଲାଇନରେ ରିଲିଜ କରାଯାଇଛି । ହଟଷ୍ଟାରରେ ଫିଲ୍ମର ୱାର୍ଲଡ ପ୍ରିମିୟର ହୋଇସାରିଛି । ଅଧିକ ପଢନ୍ତୁ...

ଲକଡାଉନ ପ୍ରଭାବ: ଡିଜିଟାଲ ପ୍ଲାଟଫର୍ମରେ ଅଙ୍ଗ୍ରେଜି ମିଡିୟମ ରିଲିଜ

ମୁମ୍ବାଇ: କୋରୋନା ଓ ଲକଡାଉନ ଯୋଗୁଁ ସାରା ଦେଶରେ ଅଚଳାବସ୍ଥା ଜାରି ରହିଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ପଡିଛି । ଅନେକ ଫିଲ୍ମର ରିଲିଜ ବାତିଲ ହୋଇଥିବାବେଳେ କିଛି ଫିଲ୍ମ ହଲରେ ଏକ ସପ୍ତାହ ମଧ୍ୟ ଚାଲିପାରିନଥିଲା ।

ଏପରି ସମୟରେ ଡିଜିଟାଲ ମିଡିଆର ଚାହିଦା ବଢିଯାଇଛି । ଲକଡାଉନ ସମୟରେ ଲୋକେ ଡିଜିଟାଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି । ଏହାକୁ ଲକ୍ଷ୍ୟ କରି ଇର୍ଫାନ ଖାନ ଅଭିନୀତ ହିନ୍ଦୀ ଫିଲ୍ମ ଅଙ୍ଗ୍ରେଜୀ ମିଡିୟମକୁ ଅନଲାଇନରେ ରିଲିଜ କରାଯାଇଛି । ହଟଷ୍ଟାରରେ ଫିଲ୍ମର ୱାର୍ଲଡ ପ୍ରିମିୟର ହୋଇସାରିଛି । ଲୋକଙ୍କ ଚାହିଦାକୁ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି ଫିଲ୍ମ ମେକର୍ସ । ଫିଲ୍ମରେ ଇର୍ଫାନଙ୍କ ସମେତ, ରାଧିକା ମଦାନ, କରୀନା କପୁର ଖାନ, ଦୀପକ ଡୋବ୍ରିଆଲ, ରଣବୀର ସୌରୀ ପ୍ରମୁଖ ଅଭିନୟ କରିଛନ୍ତି ।

ପୂର୍ବରୁ 13 ମାର୍ଚ୍ଚରେ ଏହା ଫିଲ୍ମ ହଲରେ ରିଲିଜ ହୋଇଥିଲା । ମାତ୍ର ଦିନକ ପରେ କୋରୋନା ସଂକ୍ରମଣ ଆଶାରେ ସମସ୍ତ ଫିଲ୍ମ ହଲ ବନ୍ଦ କରାଯାଇଥିଲା । ଫଳରେ ଗୋଟିଏ ଦିନ ଚାଲିବା ପରେ ଏହା ବନ୍ଦ ହୋଇଯାଇଥିଲା । କ୍ରିଟିକ୍ସଙ୍କ ପକ୍ଷରୁ ଏହାକୁ ପ୍ରଶଂସା କରିଥିବାବେଳେ ବକ୍ସ ଅଫିସରେ ଏହାର ପ୍ରଥମ ଦିନ ଇନକମ 5 କୋଟି ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.