ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଗେହରାଇୟାଁକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଚଳଚ୍ଚିତ୍ର ଗେହରାଇୟାଁ OTT ପ୍ଲାଟଫର୍ମରେ ରିଲିଜ୍ ହେବାକୁ ପ୍ରସ୍ତୁତ । ଚଳଚ୍ଚିତ୍ରଟି ଫେବୃଆରୀ 11 ରେ ରିଲିଜ ହେବାକୁ ଯାଉଛି ଯେଉଁଥିପାଇଁ ଅନନ୍ୟା ଏହାର ପ୍ରମୋସନ ଆରମ୍ଭ କରିଛନ୍ତି ।
![ଗେହରାଇୟାଁ](https://etvbharatimages.akamaized.net/etvbharat/prod-images/14252903_446_14252903_1642838811586.png)
ଗେହରାଇୟାଁରେ ଅନନ୍ୟାଙ୍କ ସହ ଦୀପିକା ପାଦୁକୋନ୍, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଧୈର୍ଯ୍ୟ କରୱା ମୁଖ୍ୟ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଯାହାକୁ ବହୁତ ପସନ୍ଦ କରାଯାଉଛି । ଅନନ୍ୟା ସୋସିଆଲ ମିଡିଆରେ ତାଙ୍କ ଫଟୋସୁଟର ଫଟୋ ସେୟାର କରିଛନ୍ତି । ଫଟୋରେ ଅନନ୍ୟା ଶର୍ଟସ ଏବଂ ଫ୍ଲୋରାଲ ଟପ୍ ପିନ୍ଧିଥିବାର ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ଫଟୋରେ ଅନନ୍ୟା ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଅନନ୍ୟାଙ୍କ ଏହି ଫଟୋଗୁଡ଼ିକ ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଛି । ତାଙ୍କର ଷ୍ଟାଇଲରେ ପ୍ରଶଂସକ ଫିଦା ହୋଇଯାଇଛନ୍ତି। ଫଟୋ ସେୟାର କରି ଅନନ୍ୟା ଲେଖିଛନ୍ତି - ଗେହରାଇୟାଁ ପ୍ରମୋସନ ଡେ 2, ଗେହରାଇୟାଁର 11 ଫେବୃଆରୀରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରୁଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ