ETV Bharat / sitara

ବନ୍ଦ ହେଲା 'ଅନାମିକା'ର ସୁଟିଂ, ଜାଣନ୍ତୁ କାରଣ... - ବନ୍ଦ ହେଲା 'ଅନାମିକା'ର ସୁଟିଂ ଜାଣନ୍ତୁ କାରଣ

ଏବେ ସନ୍ନି ଲିଓନୀ ଏବଂ ସୋନାଲି ସେହଗାଲଙ୍କ ସ୍ପଟ୍ ବଏ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି କାରଣରୁ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ୱେବ୍ ସିରିଜ୍ 'ଅନାମିକା'ର ସୁଟିଂ ବନ୍ଦ ହୋଇଯାଇଛି । ଅଧିକ ପଢନ୍ତୁ...

anamika-actress-sunny-leone-and-sonnalli-staff-tests-covid-19-positive-shooting-comes-to-a-halt
ବନ୍ଦ ହେଲା 'ଅନାମିକା'ର ସୁଟିଂ, ଜାଣନ୍ତୁ କାରଣ...
author img

By

Published : Apr 8, 2021, 9:34 PM IST

ନୂଆଦିଲ୍ଲୀ : କୋରୋନାଠୁ ନିଜକୁ ସୁରକ୍ଷିତ ରଖିପାରୁନାହାଁନ୍ତି ସେଲିବ୍ରିଟି । ଜଣଙ୍କ ପରେ ଜଣେ ଏହି ସଂକ୍ରମଣରେ ସଂକ୍ରମିତ ହେବାରେ ଲାଗିଛନ୍ତି । ଏବେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନୀ ଏବଂ ସୋନାଲି ସେହଗାଲଙ୍କ ସ୍ପଟ୍ ବଏ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି କାରଣରୁ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ୱେବ୍ ସିରିଜ୍ 'ଅନାମିକା'ର ସୁଟିଂ ବନ୍ଦ ହୋଇଯାଇଛି ।

ବର୍ତ୍ତମାନ ଖବର ଆସିଛି ଯେ, ଅନାମିକା ସହ ଜଡିତ ଦୁଇଜଣ କ୍ରୁ ସଦସ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି । ଏହି କାରଣରୁ ବିକ୍ରମ ଭଟ୍ଟଙ୍କୁ ଅନାମିକାର ସୁଟିଂ ବନ୍ଦ କରିବାକୁ ପଡିଛି । ବିକ୍ରମ ସୁଟିଂ ସମୟରେ ସମସ୍ତ ସତର୍କତା ଅବଲମ୍ବନ କରିଥିଲେ। ଏହି ୱେବ୍ ସିରିଜ୍ ଶେଷ କରିବାକୁ ଆଉ ମାତ୍ର 4 ଦିନ ଥିଲା । ତଥାପି ଏହା ପୂର୍ବରୁ କାଷ୍ଟଙ୍କ ସହ ଜଡିତ କର୍ମଚାରୀମାନେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।

ଏବେ ସନ୍ନି ଏବଂ ସୋନାଲି ମଧ୍ୟ ନିଜର କୋରୋନା ଟେଷ୍ଟ କରିଛନ୍ତି । ଯାହାର ରିପୋର୍ଟ ନେଗେଟିଭ ଆସିଛି ।

ଏହା ଉପରେ ବିକ୍ରମ କହିଛନ୍ତି, 'ହଁ, ଏହା ସତ୍ୟ ଯେ ସନ୍ନି ଏବଂ ସୋନାଲିଙ୍କ କର୍ମଚାରୀମାନେ କୋରୋନା ସଂକ୍ରମିତ ହୋଇଛନ୍ତି ଏବଂ ସେମାନେ କ୍ବ୍ୟାରେଣ୍ଟାଇନରେ ଅଛନ୍ତି। ତେଣୁ ମୁଁ ବର୍ତ୍ତମାନ ସୁଟିଂ କରୁନାହିଁ। 'ଅନାମିକା'ର ସୁଟିଂ ବନ୍ଦ ହୋଇଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.