ହାଇଦ୍ରାବାଦ: ‘ମେଣ୍ଟାଲ ହେ କ୍ୟା’ ରାଜକୁମାର ଓ କଙ୍ଗନାଙ୍କ ପାଗଳାମୀ ପରେ, ଅମାୟରା ଫିଲ୍ମରେ ନିଜ ଶାନ୍ତ ଚରିତ୍ର ବିଷୟରେ ବର୍ଣ୍ଣନା କରିଛନ୍ତି । ରିଅଲ ଲାଇଫ ପରି ରିଲ ଲାଇଫରେ ଅମାୟରାଙ୍କୁ ମଧ୍ୟ ସହରି ଝିଅ ଭୁମିକାରେ ଦେଖିବାକୁ ମିଳିବ । ସୂଚନାଯୋଗ୍ୟ, ଅମାୟରା ଏଥିରେ ରାଜକୁମାର ରାଓଙ୍କ ପତ୍ନୀ ଭୁମିକାରେ ନଜର ଆସିବେ ।
ଟିଜର ଓ ପୋଷ୍ଟର ରିଲିଜ ପରେ କଙ୍ଗନା ଓ ରାଜକୁମାର ପାଗଳାମୀ ଦେଖିବା ପରେ କିଛି ଶାନ୍ତ ଚେହେରାର ଆବଶ୍ୟକତା ଥିଲା । ଫିଲ୍ମରେ ସବୁ ଚରିତ୍ରର ସନ୍ତୁଳନ ବଜାୟ ରଖିବା ପାଇଁ ଅମାରୟାଙ୍କୁ ଏପରି ଚରିତ୍ରରେ ଦେଖିବାକୁ ମିଳିପାରେ । ଏଥିରେ ସେ ଜଣେ ବେକର ଭୁମିକାରେ ନଜର ଆସିବେ । ବିଭିନ୍ନ କେକ ବେକିଂ କରୁଥିବାର ନଜର ଆସିବେ ଅମାୟରା ।
ଏଥିପାଇଁ ନିଜ ଭାଇଙ୍କଠାରୁ ଖାସ କରି ବେକିଂ ଶିଖିଛନ୍ତି । ଏନେଇ ଅମାୟରା କହିଥିଲେ,‘ସତ କହିବାକୁ ଗଲେ ମତେ ରୋଷେଇ ଆସେନି । ଆମ ଘରେ ମୋ ମା ଓ ଭାଇ ରୋଷେଇ କରନ୍ତି । ଖୁସି ଲାଗେ ମୋ ସାନ ଭାଇ ମତେ ବେକିଂ ଶିଖେଇଛି । ଏହା କୌଣସି ପରୀକ୍ଷାରୁ କମ ନଥିଲା ମୋ ପାଇଁ । କେତେ ପରିମାଣରେ ସାମଗ୍ରୀ ବ୍ୟବହାର ହେବ ଏହାର ଅନୁମାନ ରହିବା ଜରୁରୀ ଓ ମୁଁ ଯେହେତୁ ଜଣେ ଅଭିନେତ୍ରୀ ତେଣୁ ନୂଆ କିଛି ଶିଖିବା ମୋ ଦାୟିତ୍ବ’ ।
ତେବେ ‘ମେଣ୍ଟାଲ ହେ କ୍ୟା’ରେ ଅମାରୟା ଚୁଲବୁଲି ଚରିତ୍ରରେ ନଜର ଆସିବେ । ଫିଲ୍ମଟି 26 ଜୁଲାଇରେ ରିଲିଜ କରାଯିବ । ଏହାଛଡା ଅମୟରା ଆଗକୁ ଆଉ ତିନୋଟି ଫିଲ୍ମ ‘ମେଡ ଇନ ଚାଇନା’, ‘ପ୍ରସ୍ଥାନ’, କୋଇ ‘ଯାନେ ନା’ ରେ ନଜର ଆସିବେ ।