ETV Bharat / sitara

ଆସନ୍ତା 29ରେ ବିଗ ବିଙ୍କୁ ମିଳିବ ଦାଦା ସାହେବ ଫାଲକେ ପୁରସ୍କାର

author img

By

Published : Dec 23, 2019, 7:52 PM IST

ସୋମବାର ଦାଦା ସାହେବ ଫାଲକେ ପୁରସ୍କାରରୁ ବଞ୍ଚିତ ହୋଇଥିବା ଅମିତାଭ ବଚ୍ଚନଙ୍କୁ ଆସନ୍ତା ରବିବାର ଏହି ସମ୍ମାନରେ ସମ୍ମାନିତ କରାଯିବ। ଏ ଘୋଷଣା କରିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାଭେଦ ଜାଭେଦକର।

amitabh bachchan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ସୋମବାର ଦିଲ୍ଲୀର ବିଜ୍ଞାନ ଭବନ ଆୟୋଜିତ ହୋଇଯାଇଛି 66 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିନାହାଁନ୍ତି ମହାନାୟକ ଅମିତାଭ ବଚ୍ଚନ। ଅସୁସ୍ଥତାକୁ ନେଇ ଏହି କାର୍ଯ୍ୟକ୍ରମରୁ ବାଦ ପଡିଛନ୍ତି ସେ। ତାଙ୍କୁ ଫିଲ୍ମ ଜଗତରେ ତାଙ୍କ ଅବସ୍ମରଣୀୟ ଯୋଗଦାନ ପାଇଁ ଏହି କାର୍ଯ୍ୟକ୍ରମରେ ଦାଦା ସାହେବ ଫାଲକେ ପୁରସ୍କାରରେ ପୁରସ୍କୃତ କରାଯାଇଥାନ୍ତା।

ତାଙ୍କ ଅନୁପସ୍ଥିତ ପାଇଁ ଏହି ତାରିଖକୁ ଆଗାକୁ ବଢାଇ ଦିଆଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଜାଭେଦ ଜାଭେଦକର ଏହାର ଘୋଷଣା କରିଛନ୍ତି। ଆଗାମୀ ରବିବାର ତଥା ଡିସେମ୍ବର 29ରେ ଅମିତାଭଙ୍କୁ 50ତମ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ।

ସମାରୋହର ସମାପ୍ତ ସମୟରେ ପ୍ରକାଶ ଜାଭେଦକର ଘୋଷଣା କରି କହିଥିଲେ ଯେ ଡିସେମ୍ବର 29ରେ ବିଜେତାଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାକ୍ଷାତ କରିବେ। ସେହି ସମୟରେ ବିଗ ବି ଅମିତାଭ ବଚ୍ଚନଙ୍କୁ 50ତମ ଦାଦା ସାହେବ ଫାଲକେ ପୁରସ୍କାରରେ ପୁରସ୍କୃତ କରାଯିବ।

ଗତ ରବିବାର ଅମିତାଭ ଟ୍ବିଟ କରି ଜଣାଇଥିଲେ ଯେ ଅସୁସ୍ଥତା ପାଇଁ ସେ 66 ତମ ଜାତୀୟ ଫିଲ୍ମ ପୁରସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ନାହିଁ। କାରଣ ତାଙ୍କ ଡାକ୍ତର ଯାତ୍ରା କରିବାକୁ ମନା କରିଛନ୍ତି। ଏହା ବହୁତ ଦୁର୍ଭାଗ୍ୟପୂର୍ଣ୍ଣ। ଯେଉଁଥି ପାଇଁ ସେ ଦୁଃଖିତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.